କଟକର ବିଭିନ୍ନ ମାଇଦାନରେ ଆୟୋଜିତ ହୋଇଥିବା ପ୍ରିଲିମିନାରୀ ଲିଗ୍ କ୍ରିକେଟ୍ ମ୍ୟାଚଗୁଡିକରେ ରୋମାଞ୍ଚକର ପ୍ରତିସ୍ପର୍ଧା ଦେଖାଗଲା। ବାରବାଟି ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଯୁନିଅନ୍ ସ୍ପୋର୍ଟିଂ କ୍ଲବ୍ ଓ ଏଲଆଇସି ସ୍ପୋର୍ଟସ୍ କ୍ଲବ୍ ମୁହାଁମୁହିଁ ହୋଇଥିଲେ। ଟସ୍ ଜିତି ଏଲଆଇସି ସ୍ପୋର୍ଟସ୍ କ୍ଲବ୍ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଇନିଂସରେ ଯୁନିଅନ୍ ସ୍ପୋର୍ଟିଂ କ୍ଲବ୍ ୪୯.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୨୭୦ ରନ୍ ସଂଗ୍ରହ କରିଥିଲା, ଯେଉଁଥିରେ ଶିଭମ୍ ଚୌଧୁରୀ ୧୨୦ ବଲ୍ରେ ୧୨୩ ରନ୍ କରି ଦଳକୁ ମଜବୁତ ଭିତ୍ତି ଦେଇଥିଲେ। ଏଲଆଇସି ପକ୍ଷରୁ ମଲୟ କେ ଜେନା ୩ଟି ଓ ସୌଭାଗ୍ୟ ରାଉତ ୩ଟି ୱିକେଟ୍ ନେଇଥିଲେ। ଜବାବରେ ଏଲଆଇସି ସ୍ପୋର୍ଟସ୍ କ୍ଲବ୍ ୫୦ ଓଭରରେ ୯ ୱିକେଟ୍ ହରାଇ ୨୪୮ ରନ୍ କରିପାରିଥିଲା। ସନ୍ତୋଷ କେ ଯାଦବ ୮୩ ବଲ୍ରେ ୬୭ ରନ୍ କରିଥିଲେ ଓ ଯୁନିଅନ୍ ପକ୍ଷରୁ ଓମକାର ମହାନ୍ତି ୪୦ ରନ୍ ଦେଇ ୪ଟି ୱିକେଟ୍ ନେଇଥିଲେ। ଏହି ମ୍ୟାଚରେ ଯୁନିଅନ୍ ସ୍ପୋର୍ଟିଂ କ୍ଲବ୍ ୨୨ ରନ୍ରେ ବିଜୟୀ ହୋଇଥିଲା ଓ ଶିଭମ୍ ଚୌଧୁରୀଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ସମ୍ମାନିତ କରାଯାଇଥିଲା।
ସେହିପରି ରେଭେନ୍ସହ କ୍ରିକେଟ୍ ଗ୍ରାଉଣ୍ଡ–୧ ରେ ଜଗତପୁର ଆଥଲେଟିକ୍ ଆସୋସିଏସନ୍ ଓ ସନରାଇଜ୍ କ୍ଲବ୍ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ଟସ୍ ଜିତି ଜଗତପୁର ଦଳ ପ୍ରଥମେ ବୋଲିଂ କରିଥିଲା। ସନରାଇଜ୍ କ୍ଲବ୍ ୫୦ ଓଭରରେ ୮ ୱିକେଟ୍ ହରାଇ ୨୫୨ ରନ୍ ସଂଗ୍ରହ କରିଥିଲା, ଯେଉଁଥିରେ କରଣ ମହାପାତ୍ର ୪୧ ରନ୍ କରିଥିଲେ। ଜଗତପୁର ପକ୍ଷରୁ ସୋଭାନଦେବ ବେହେରା ୩ଟି ୱିକେଟ୍ ନେଇଥିଲେ। ଜବାବରେ ଜଗତପୁର ଆଥଲେଟିକ୍ ଆସୋସିଏସନ୍ ୪୫.୨ ଓଭରରେ ୬ ୱିକେଟ୍ ହରାଇ ୨୫୩ ରନ୍ କରି ୪ ୱିକେଟ୍ରେ ବିଜୟୀ ହୋଇଥିଲା। ଭାଗେଶ ଶର୍ମା ୪୩ ବଲ୍ରେ ଅପରାଜିତ ୭୩ ରନ୍ ଓ ସୁଜିତ କେ ଲେଙ୍କା ୫୯ ବଲ୍ରେ ଅପରାଜିତ ୫୩ ରନ୍ କରି ଦଳକୁ ବିଜୟ ଦେଇଥିଲେ। ଭାଗେଶ ଶର୍ମାଙ୍କୁ ୭୩ ରନ୍ ଓ ୧ଟି ୱିକେଟ୍ ପାଇଁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା।
ଡ୍ରିମ୍ସ ଗ୍ରାଉଣ୍ଡରେ ଖେଳାଯାଇଥିବା ତୃତୀୟ ମ୍ୟାଚରେ ବିଶ୍ୱଭାରତୀ କ୍ରିକେଟ୍ କ୍ଲବ୍ ଓ ସନସାଇନ୍ କ୍ଲବ୍ ମଧ୍ୟରେ ପ୍ରତିସ୍ପର୍ଧା ହୋଇଥିଲା। ଟସ୍ ଜିତି ବିଶ୍ୱଭାରତୀ କ୍ଲବ୍ ପ୍ରଥମେ ବୋଲିଂ କରିଥିଲା। ସନସାଇନ୍ କ୍ଲବ୍ ୪୯ ଓଭରରେ ସମସ୍ତ ୱିକେଟ୍ ହରାଇ ୨୨୯ ରନ୍ କରିଥିଲା, ଯେଉଁଥିରେ ଏମଡି ସୋହେଲ୍ ଖାନ୍ ୧୦୬ ବଲ୍ରେ ୮୫ ରନ୍ କରିଥିଲେ। ବିଶ୍ୱଭାରତୀ ପକ୍ଷରୁ ସାଇ ସୁବ୍ରତ ଜେନା ୩୧ ରନ୍ ଦେଇ ୨ଟି ୱିକେଟ୍ ନେଇଥିଲେ। ପରେ ବିଶ୍ୱଭାରତୀ କ୍ଲବ୍ ୪୦.୫ ଓଭରରେ ୬ ୱିକେଟ୍ ହରାଇ ୨୩୦ ରନ୍ କରି ୪ ୱିକେଟ୍ରେ ବିଜୟ ହାସଲ କରିଥିଲା।
କଟକର ବିଭିନ୍ନ ମାଇଦାନରେ ଆୟୋଜିତ ହୋଇଛି ପ୍ରିଲିମିନାରୀ ଲିଗ୍ କ୍ରିକେଟ୍ ମ୍ୟାଚ
By Charcha News












