BY-ରାଜୀବ କୁମାର ବେହେରା-
ଉଦଳା, -: ରାସ୍ତା ସମ୍ପ୍ରସାରଣ କାମ ମଧ୍ୟରେ ଭାରସାମ୍ୟ ହରାଇ ଫସିଲା ବସ, ସମସ୍ତ ଯାତ୍ରୀ ସୁରକ୍ଷିତ l ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଅଞ୍ଚଳରେ ଶୁକ୍ରବାର ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉଦଳାରୁ ବାଲେଶ୍ୱର ଅଭିମୁଖେ ଯାଉଥିବା “ରାଧୁ” ନାମକ ଏକ ଘରୋଇ ଯାତ୍ରୀବାହୀ ବସ କପ୍ତିପଦା ଦମକଳ କେନ୍ଦ୍ର ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଫସି ରହିଥିଲା।
ସୂଚନା ଅନୁସାରେ, ଉଦଳା–ଶେରଗଡ଼ ରାସ୍ତାର ସମ୍ପ୍ରସାରଣ କାମ ଚାଲିଥିବାରୁ ବିଭିନ୍ନ ସ୍ଥାନରେ ଗାତ ଖୋଳାଯାଇଥିବା ସହ ମେଟାଲ ପକାଯାଇଛି। ଏହି ସମୟରେ ବସଟିର ଆଗ ଚକ ଗାତ ଓ ମେଟାଲ ମଧ୍ୟରେ ଦବି ଯିବାରୁ ବସଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ତେବେ ସୌଭାଗ୍ୟବଶତଃ ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି। ଏକ ବଡ଼ ଦୁର୍ଘଟଣାରୁ ଯାତ୍ରୀମାନେ ଅଳ୍ପକେ ରକ୍ଷା ପାଇଥିବାରୁ ସାଧାରଣରେ ଚିନ୍ତା ପ୍ରକାଶ ପାଇଛି। ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ମଧ୍ୟ ଦେଖିବାକୁ ମିଳିଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ, ରାସ୍ତା ସମ୍ପ୍ରସାରଣ କାମ ଚାଲିଥିବା ବେଳେ ଯଦି ଯଥାଯଥ ସୁରକ୍ଷା ବ୍ୟବସ୍ଥା ଓ ସତର୍କ ସୂଚନା ନ ରହେ, ତେବେ ଯେକୌଣସି ସମୟରେ ଘଟିପାରେ ବଡ଼ ଅଘଟଣ।
ସଡ଼କ ସୁରକ୍ଷା ଜୀବନ ରକ୍ଷା
ରାସ୍ତା କାମ ଚାଲିଥିବା ସ୍ଥାନରେ ସତର୍କତାମୂଳକ ବ୍ୟବସ୍ଥା କେତେ ସୁଦୃଢ଼ ତାହା ନେଇ ଏବେ ପ୍ରଶ୍ନ ଉଠିଛି।
ଚର୍ଚ୍ଚା tv












