ସମ୍ବଲପୁର ବୁର୍ଲାସ୍ଥିତ କିର୍ବା ଛକରେ ଗୁଳିକାଣ୍ଡ । ଦୁର୍ବୃତ୍ତର ଗୁଳି ମାଡ଼ରେ ମାଂସ ବ୍ୟବସାୟୀ ଅନିଶ କୁରେସୀଙ୍କ ମୃତ୍ୟୁ ହୋଇଛି । ଅନିଶ ପୂର୍ବରୁ ପିସି ବ୍ରିଜରେ ମାଂସ ଦୋକାନ ଦେଇଥିଲେ ।
ସମ୍ବଲପୁର ବୁର୍ଲାସ୍ଥିତ କିର୍ବା ଛକରେ ଗୁଳିକାଣ୍ଡ । ଦୁର୍ବୃତ୍ତର ଗୁଳି ମାଡ଼ରେ ମାଂସ ବ୍ୟବସାୟୀ ଅନିଶ କୁରେସୀଙ୍କ ମୃତ୍ୟୁ ହୋଇଛି । ଅନିଶ ପୂର୍ବରୁ ପିସି ବ୍ରିଜରେ ମାଂସ ଦୋକାନ ଦେଇଥିଲେ । ତେବେ କିର୍ବା ଛକରେ ତାଙ୍କୁ ଗୁଳି ମରାଯାଇଛି । ବ୍ୟକ୍ତିଗତ ଶତ୍ରୁତାରୁ ଅନିଶଙ୍କୁ ରାଜା ସ୍ବାମୀ ନାମକ ଜଣେ ଯୁବକ ଗୁଳିମାଡ଼ କରିଛି ।
ଅନିଶର ମାଂସ ଦୋକାନରେ କାମ କରୁଥିଲା ଅଭିଯୁକ୍ତ ରାଜା । ତେବେ କୌଣସି କାରଣରୁ ଶତ୍ରୁତା ପରେ ଆଜି ଜନଗହଳିପୂର୍ଣ୍ଣ କିର୍ବା ଛକରେ ରାଜା ସ୍ବାମୀ ୩ଟି ଗୁଳି ମାରିଛି । ମାଂସ ବ୍ୟବସାୟୀଙ୍କୁ ଗୁଳିମାଡ଼ ବେଳର ଦୃଶ୍ୟ କ୍ୟାମେରାରେ କଏଦ୍ ହୋଇଛି । କିନ୍ତୁ ଏହା ଏତେ ବୀଭତ୍ସ ଯେ, ଆମେ ଦେଖାଇବାକୁ ଉଚିତ୍ ମନେ କରୁନାହୁଁ। ଅଭିଯୁକ୍ତ ରାଜା ସ୍ୱାମୀକୁ ଅଟକ ରଖିଛି ବୁର୍ଲା ପୋଲିସ ।
ଚର୍ଚ୍ଚା tv











