ସାମ୍ବାଦିକ- ଶ୍ରୀକାନ୍ତ ନନ୍ଦ
ତାରିଖ- ୨୦- ୦୫-୨୦୨୬
ନବରଙ୍ଗପୁର: କୋଡ଼ିଙ୍ଗା ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବୀ ପୂରଣ । ଆଜି କୋଡ଼ିଙ୍ଗା ଠାରେ ନୂତନ JMFC କୋର୍ଟ ଉଦଘାଟିତ ହୋଇଛି । ଏହି କୋର୍ଟ ଖୋଲାଯାଇଥିବାରୁ ସ୍ଥାନୀୟ ଲୋକମାନେ ଏବେ ସହଜରେ ଆଇନଗତ ସେବା ପାଇପାରିବେ ବୋଲି ଆଶା ପ୍ରକାଶ ପାଇଛି । କୋଡ଼ିଙ୍ଗା ଠାରେ ନୂତନ JMFC କୋର୍ଟର ଶୁଭ ଉଦଘାଟନ ହୋଇଥିଲା । ଏହି ଅବସରରେ ଜିଲ୍ଲା ଓ ଦୌରା ଜଜ ଶ୍ରୀ ସଂଗ୍ରାମ କେଶରୀ ପଟ୍ଟନାୟକ ଏବଂ ରେଜିଷ୍ଟ୍ରାର ଶ୍ରୀମତୀ ଶାଶ୍ୱତୀ ମିଶ୍ର ଉପସ୍ଥିତ ରହି କୋର୍ଟର ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଅଞ୍ଚଳର ବରିଷ୍ଠ ଆଇନଜୀବୀମାନଙ୍କ ସହ ବିଭିନ୍ନ ଆଇନ ସଂଗଠନର କର୍ମକର୍ତ୍ତାମାନେ ଯୋଗଦେଇଥିଲେ । ଜିଲ୍ଲା ସଭାପତି ଶ୍ରୀ କୁଞ୍ଜ ଦାଶ, ନିଖିଳ ଉତ୍କଳ ଆଇନଜୀବୀ ପରିଷଦର ରାଜ୍ୟ ଉପସଭାପତି ଆଡଭୋକେଟ୍ ନରସିଂହ ନାଥ ତ୍ରିପାଠୀ, ଜିଲ୍ଲା ଓକିଲ ସଂଘ ସଭାପତି ଶ୍ରୀ ସିରାଜୁଦ୍ଦିନ ଆହମଦ, ଉପସଭାପତି ଶ୍ରୀ ସଦାଶିବ ସାହୁ ଓ ସମ୍ପାଦକ ଶ୍ରୀ ତପନ ସିଂହଙ୍କ ସହ ସଂଘର ଅନ୍ୟ ସମସ୍ତ ସଦସ୍ୟ ଓ ସଦସ୍ୟାମାନେ ଉପସ୍ଥିତ ଥିଲେ । ନୂତନ JMFC କୋର୍ଟ ସ୍ଥାପନ ହେବା ଫଳରେ କୋଡ଼ିଙ୍ଗା ଏବଂ ଆଖପାଖ ଅଞ୍ଚଳର ଲୋକମାନେ ଏବେ ଆଇନଗତ ସେବା ପାଇଁ ଦୂରଦୂରାନ୍ତକୁ ଯିବାକୁ ପଡ଼ିବ ନାହିଁ । ଏହା ଦ୍ୱାରା ସାଧାରଣ ଲୋକଙ୍କୁ ଶୀଘ୍ର ନ୍ୟାୟ ମିଳିବାରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି ।
କୋଡ଼ିଙ୍ଗାରେ ନୂତନ JMFC କୋର୍ଟ ଉଦଘାଟନ
By Charcha News












