ପ୍ରଶାନ୍ତ ରାଉଳ /କୋଲକତା
ଫୁଟବଲର ରାଜା ଲିଓନେଲ ମେସି କୋଲକତା ଆସିଛନ୍ତି। ମେସି କୁ ଦେଖିବା ପାଇଁ କୋଲକତା ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ହଜାର ହଜାର ସଂଖ୍ୟାରେ ମେଶୀ ଙ୍କ ସମର୍ଥକ ମାନେ ପହଞ୍ଚି ଛନ୍ତି । ଦକ୍ଷିଣ କୋଲକତା ର ଯୁବ ଭାରତୀ ସ୍ପୋର୍ଟସ କମ୍ପ୍ଲେକ୍ସରେ ମେସି ପ୍ରଶଂସକଙ୍କ ଭିଡ଼ ପରିପୂର୍ଣ୍ଣ। ଏହି ପରିବେଶରେ, ସକାଳ ଠାରୁ କୋଲକାତା ପୋଲିସ ବିଭିନ୍ନ ସ୍ଥାନରେ ଟ୍ରାଫିକ ନିୟନ୍ତ୍ରଣ କରୁଛି। ଶୁକ୍ରବାର ପୂର୍ବରୁ କୋଲକାତା ପୋଲିସ ପକ୍ଷରୁ ଏକ ନୋଟିସ ଜାରି କରାଯାଇଥିଲା।
ସକାଳ 6ଟାରୁ ଯୁବ ଭାରତୀ ସ୍ପୋର୍ଟସ କମ୍ପ୍ଲେକ୍ସକୁ ଯାଉଥିବା ଯାନବାହନଗୁଡ଼ିକୁ ନିୟନ୍ତ୍ରଣ କରାଯାଉଛି।
ଫୁଟବଲର ରାଜା ଲିଓ ମେସି ଶୁକ୍ରବାର ପ୍ରତ୍ୟୁଷରେ ସହରରେ ପାଦ ରଖିଥିଲେ। ପ୍ରାୟ ଭୋର ସମୟରେ ମଧ୍ୟ ମେସିଙ୍କୁ ସ୍ୱାଗତ କରିବା ପାଇଁ ଅନେକ ଫୁଟବଲ୍ ପ୍ରଶଂସକ ଦମ୍ ଦମ୍ ବିମାନବନ୍ଦରରେ ଉପସ୍ଥିତ ଥିଲେ। ମେସି ରାତି 1:30 ରେ କୋଲକାତାରେ ଅବତରଣ କରିବାର କଥା ଥିଲା। କିନ୍ତୁ ମେସିଙ୍କ ବିମାନ ନିର୍ଦ୍ଧାରିତ ସମୟଠାରୁ ବହୁତ ବିଳମ୍ବରେ କୋଲକାତାରେ ଅବତରଣ କରିଥିଲା। ତାଙ୍କ ବିମାନ ରାତି 2:26 ରେ ଅବତରଣ କରିଥିଲା। ସେ ବିମାନବନ୍ଦର ଛାଡିବା ବେଳକୁ ରାତି 3ଟା ବାଜି ଯାଇଥିଲା। ମେସିଙ୍କୁ ସ୍ୱାଗତ କରିବା ପାଇଁ ଅନେକ ପ୍ରଶଂସକ ବିମାନବନ୍ଦର ସମ୍ମୁଖରେ ପୂର୍ବରୁ ଏକତ୍ରିତ ହୋଇସାରିଥିଲେ। ସେମାନେ ଉତ୍ସାହର ସହିତ ଭାରତ ଏବଂ ଆର୍ଜେଣ୍ଟିନାର ପତାକା ହଲାଇଥିଲେ












