ଭୋଟ ଗଣନାକୁ ନେଇ କଡ଼ା ହେଲା ପୁଲିସ
କୋଲକାତା ପୁଲିସ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭୋଟ ଗଣନା ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ପୁଲିସ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ।
BY-SUBHASMITA_DT_4.4.2024
ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳକୁ ନେଇ କୋଲକାତାରେ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଛି। ଭୋଟ ଗଣନା ଦିନ କୌଣସି ପ୍ରକାରର ବିଜୟ ଶୋଭାଯାତ୍ରା, ରାଲି କିମ୍ବା ସାର୍ବଜନୀନ ଉତ୍ସବ ଉପରେ ନିଷେଧ ଲଗାଇଛି କୋଲକାତା ପୁଲିସ।
ପୁଲିସ ପକ୍ଷରୁ କୁହାଯାଇଛି ଯେ, ଗଣନା ପ୍ରକ୍ରିୟା ସମୟରେ ଶାନ୍ତି, ସୁରକ୍ଷା ଏବଂ ସଦ୍ଭାବନା ବଜାୟ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ୪ ମଇ ଦିନ କୌଣସି ଦଳ କିମ୍ବା ସଂଗଠନକୁ ବିଜୟ ଉତ୍ସବ ପାଳନ ପାଇଁ ଅନୁମତି ମିଳିବ ନାହିଁ।
ସମସ୍ତ ରାଜନୈତିକ ଦଳ ପାଇଁ ଏହି ନିୟମ ସମାନ ଭାବେ ଲାଗୁ ହେବ ବୋଲି ପୁଲିସ ସ୍ପଷ୍ଟ କରିଛି। ଯଦି କୌଣସି ଦଳ ବିଜୟ ଶୋଭାଯାତ୍ରା କରିବାକୁ ଚାହେଁ, ତେବେ ୫ ମଇ ପରେ ସମ୍ପୃକ୍ତ ଥାନାରୁ ପୂର୍ବ ଅନୁମତି ନେବା ଅନିବାର୍ୟ ହେବ।
ଚର୍ଚ୍ଚା news












