ମୁଖ୍ୟମନ୍ତ୍ରୀ ମହୋଦୟ, ଦାୟୀ କିଏ?
ଏକଦା ଖଣିକୁ ନେଇ ଗର୍ବ କରୁଥିଲା କେନ୍ଦୁଝର । ଖଣି ପାଇଁ ଧନୀ ଜିଲ୍ଲା ଭାବେ ପରିଚିତ କେନ୍ଦୁଝରବାସୀ ଭାବିଥିଲେ, ଖଣି ହିଁ ସେମାନଙ୍କ ଭାଗ୍ୟ ବଦଳାଇବ । ହେଲେ ଆଜି ସେହି ଖଣି ହିଁ ଅଭିଶାପ ପାଲଟିଥିବା ଅଭିଯୋଗ ହେଉଛି ।
କେନ୍ଦୁଝର ନାଁ ଶୁଣିଲେ ମନେ ପଡ଼େ ଖଣି… ଖଣିଜ ସମ୍ପଦ ପାଇଁ ସାରା ଦେଶରେ ପରିଚିତ ଏହି ଜିଲ୍ଲା। ହଁ ଆଂଜ୍ଞା ଏହି ମାଟିରୁ ବାହାରୁଛି କୋଟି କୋଟି ଟଙ୍କାର ଖଣିଜ ସମ୍ପଦ, ସେପଟେ ସରକାରଙ୍କ ରାଜସ୍ୱ ବଢ଼ୁଛି। ହେଲେ ସେହି କେନ୍ଦୁଝରର ଖଣି ଅଞ୍ଚଳର ଲୋକେ ଆଜି ଗୋଟିଏ ଗ୍ଲାସ୍ ନିର୍ମଳ ପାଣି ପାଇଁ ହନ୍ତସନ୍ତ!
ସବୁଠାରୁ ବଡ଼ କଥା, ଏହା ହେଉଛି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା। ତଥାପି ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଯଦି ଲୋକେ ଦୂଷିତ ପାଣିର ଯନ୍ତ୍ରଣା ଭୋଗିବେ, ତେବେ ଏହାଠାରୁ ବଡ଼ ପ୍ରଶ୍ନ ଆଉ କ’ଣ ହୋଇପାରେ?
ଏ ହେଉଛି ଯୋଡ଼ା ଖଣି ଅଞ୍ଚଳର ଝାଡ଼ଙ୍ଗା ଗଳିଆ ନାଳର ଦୃଶ୍ୟ ପରେ ହଜାର ହଜାର ଲୋକ ନିର୍ଭରଶୀଳ, ସେଠାର ପାଣିର ଅବସ୍ଥା ଏବେ ଚିନ୍ତାଜନକ ବୋଲି ଅଞ୍ଚଳବାସୀ ଅଭିଯୋଗ ବାରମ୍ବାର ଅଭିଯୋଗ କରିଆସୁଛନ୍ତି |
କାରଖାନାର ପାଉଁଶ ଗୁଣ୍ଡ ନାଳରେ ମିଶିବା ଯୋଗୁଁ ନାଳ ପୋତି ହେଉଛି ଏବଂ ପାଣି ପ୍ରଦୂଷିତ ହେଉଛି। ଏହି ଦୂଷିତ ଜଳ ଅନ୍ୟ ଜଳସ୍ରୋତରେ ମିଶିବା ଯୋଗୁଁ ପ୍ରଦୂଷଣ ଆହୁରି ବଢ଼ୁଥିବା ମଧ୍ୟ ଅଭିଯୋଗ ରହିଛି।
ଧୂଳି, ଧୂଆଁ ପରେ ଏବେ ଦୂଷିତ ପାଣି। ଖଣି ଅଛି, ରାଜସ୍ୱ ଅଛି, ବିକାଶର କଥା ଅଛିହେଲେ ଲୋକଙ୍କ ପାଇଁ ନିର୍ମଳ ପାଣି କାହିଁକି ନାହିଁ?
ସମସ୍ୟା ନେଇ ଅଞ୍ଚଳବାସୀ ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଅଭିଯୋଗ କରିଥିବା କହିଛନ୍ତି। କିନ୍ତୁ ଅଭିଯୋଗ ପରେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିବା ସେମାନଙ୍କ ଅଭିଯୋଗ।
ମୁଖ୍ୟମନ୍ତ୍ରୀ ମହୋଦୟ, ଯେଉଁ ଜିଲ୍ଲାର ମାଟି ରାଜ୍ୟକୁ ରାଜସ୍ୱ ଦେଉଛି, ସେହି ଜିଲ୍ଲାର ଲୋକେ ନିର୍ମଳ ପାଣି ପାଇଁ କାହିଁକି ଲଢ଼ିବେ?
ଖଣିରୁ ରାଜସ୍ୱ ନେବେ, କିନ୍ତୁ ଖଣି ଅଞ୍ଚଳବାସୀଙ୍କୁ ନିର୍ମଳ ଜଳ ଦେଇପାରିବେନିଏ କି ପ୍ରକାରର ବିକାଶ?
ନିଜ ଜିଲ୍ଲାର ଲୋକେ ଯେତେବେଳେ ଦୂଷିତ ପାଣି ପାଇଁ ଚିତ୍କାର କରୁଛନ୍ତି, ସେତେବେଳେ ସରକାରଙ୍କ ନଜର କେବେ ପଡ଼ିବ?
ଖଣିର ଚମକ ତଳେ ଚାପି ହୋଇଯାଉଛି କି ଖଣି ଅଞ୍ଚଳବାସୀଙ୍କ ଜୀବନ?
ଏବେ ପ୍ରଶ୍ନ ଗୋଟିଏକେନ୍ଦୁଝରର ଖଣି ରାଜସ୍ୱର ହିସାବ କେବେ ହେବ ଏବଂ ଖଣି ଅଞ୍ଚଳବାସୀଙ୍କ ଜୀବନର ହିସାବ କିଏ ଦେବ?
ଚର୍ଚ୍ଚା news












