rabindra nath mohapatro/ Rayagada: ଚାଷୀଙ୍କୁ ଟୋକେନ ପ୍ରଦାନରେ ଅବ୍ୟବସ୍ଥା କୁ ନେଇ ଖରିଫ ଋତୁ ୨୦୨୫-୨୬ ଧାନ ମଣ୍ଡି ଉଦଘାଟନ କୁ ବିରୋଧ କରିଛନ୍ତି ଚାଷୀ I ଆଜି ରାୟଗଡା ନିୟନ୍ତ୍ରିତ ବଜାର କମିଟି ପରିସରରେ ଉଦଘାଟନ ହେବାକୁ ଥିବା ମଣ୍ଡିକୁ ଉଦଘାଟନ କରିବାକୁ ଆସିଥିବା ଅଧିକାରୀଙ୍କୁ ତୀବ୍ର ବିରୋଧ କରିଥିଲେ ଚାଷୀ I ଆଜି ମଣ୍ଡି ଉଦଘାଟନ ପାଇଁ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ, ଆର ଏମ ସି ସମ୍ପାଦକ କସ୍ତୁରୀ ରାଜୁ, ଜିଲ୍ଲା ଯୋଗାଣ ଅଧିକାରୀ ଦାଶରଥି ସୋରେନ ଓ ଡି ଆର ସି ଏସ ଜନ୍ମେଜୟ ମହାପାତ୍ର ଓ ଅନ୍ୟାନ୍ୟ ଅଧିକାରୀଙ୍କୁ ମଣ୍ଡି ଉଦଘାଟନ କରିବାକୁ ଚାଷୀ ସେମାନଙ୍କ ସମସ୍ୟା ସମାଧାନ ନ ହେବା ଯାଏଁ ଉଦଘାଟନ ବନ୍ଦ କରିବାକୁ ଦାବି କରିଥିଲେ I ଚଳିତ ବର୍ଷ ଜଳ ସେଚିତ ଜମିରେ ୧୯ କୁଇଣ୍ଟାଲ ଧାନ ପାଇଁ ଟୋକେନ ଆସୁଛି ଓ ଅଣ ଜଳସେଚିତ ଜମିରେ ୧୩ କୁଇଣ୍ଟାଲ ଧାନ ନେବା ପାଇଁ ସରକାର ଧାର୍ଯ୍ୟ କରିଛନ୍ତି I କିନ୍ତୁ ଜଳସେଚିତ ଜମିରେ ୨୫/୩୦ କୁଇଣ୍ଟାଲ ଧାନ ପାଚୁଛି ଓ ଅଣ ଜଳସେଚିତ ଜମିରେ ୨୦/୨୨ କୁଇଣ୍ଟାଲ ଧାନ ପାଚୁଛି I ବଳକା ଧାନକୁ ଚାଷୀ କଣ କରିବେ ବୋଲି ପ୍ରଶାନ୍ତ କୁମାର ନାୟକ ରାୟଗଡାର ଜଣେ ଚାଷୀ ପ୍ରଶ୍ନ କରିଛନ୍ତି I ଡି ଏଲ ପି ସି ବୈଠକରେ ପ୍ରକୃତ ଚାଷୀ ମାନଙ୍କୁ ନିମନ୍ତ୍ରଣ କରା ନ ଯାଇ ରାଜନୈତିକ ବ୍ୟକ୍ତି ବିଶେଷ ଙ୍କୁ ବିଭାଗ ଡାକୁଛନ୍ତି I ଚାଷୀଙ୍କ ସମସ୍ୟା ସମ୍ପର୍କରେ କେହି ଆଲୋଚନା କରା ଯାଉନଥିବାରୁ ଚାଷୀ ହଇରାଣ ହେଉଛନ୍ତି ବୋଲି ଏମ ଶ୍ରୀନୁ ପ୍ରକାଶ କରିଛନ୍ତି I ପ୍ରତି ବର୍ଷ ମଣ୍ଡି ଉଦଘାଟନ ପୂର୍ବରୁ ୮୦% ଚାଷୀଙ୍କ ଟୋକେନ ଆସି ଯାଉଥିଲା I କିନ୍ତୁ ଚଳିତ ବର୍ଷ ଆଜି ସୁଦ୍ଧା ମାତ୍ର ୨୦/୩୦% ଚାଷୀଙ୍କୁ ଟୋକେନ ଆସିଛି I ସୂଚନାଯୋଗ୍ୟ ଯେ ଜିଲ୍ଲାରେ ଅଧିକାଂଶ ଜମିରେ ସର୍ଭେ ହୋଇ ନଥିବାରୁ ଏଭଳି ଅବ୍ୟବସ୍ଥା ହୋଇଥିବା ଚାଷୀ ପ୍ରକାଶ କରିଛନ୍ତି I ଆଜି ମଣ୍ଡି ଉଦଘାଟନ କୁ ଚାଷୀ ବିରୋଧ କରିବାରୁ ଜିଲ୍ଲାପାଳ ଙ୍କ ଅନୁପସ୍ଥିତି ରେ ଉଦଘାଟନ କରିବାକୁ ଆସିଥିବା ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ ଫେରି ଯାଇଥିଲେ I ପରେ ରାୟଗଡା ଉପଜିଲ୍ଲାପାଳ ରମେଶ କୁମାର ଜେନା ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିବା ପରେ ଜିଲ୍ଲାସ୍ତରୀୟ ମଣ୍ଡି ଉଦଘାଟନ ହୋଇଥିଲା।
ଖରିଫ ଋତୁ ଧାନ ମଣ୍ଡି ଉଦଘାଟନକୁ ବିରୋଧ କରିଛନ୍ତି ଚାଷୀ
By Charcha News












