ସାମ୍ବାଦିକ-ଲଷ୍ମୀକାନ୍ତ ମହାପାତ୍ର
ତାରିଖ- ୨୦-୦୫-୨୦୨୬
ଖଲ୍ଲିକୋଟ : ଖଲ୍ଲିକୋଟ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଆସ୍କା ସାଂସଦ ଶ୍ରୀମତୀ ଅନିତା ସୁଭଦର୍ଶିନୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସଫଳତାର ସହିତ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧିମାନେ ସାଂସଦ ମହୋଦୟାଙ୍କ ସହ ସାକ୍ଷାତ କରି ନିଜ ଅଞ୍ଚଳର ଜନସାଧାରଣଙ୍କ ସମସ୍ୟା, ଆବଶ୍ୟକତା ଓ ଉନ୍ନୟନ ସମ୍ପର୍କିତ ଅଭିଯୋଗ ଉପସ୍ଥାପନ କରିଥିଲେ।
ଜନତାଙ୍କ ଦୁଃଖ ସୁଖର ସାଥୀ ହୋଇ, ସାଧାରଣ ଲୋକଙ୍କ କଥାକୁ ଗୁରୁତ୍ୱର ସହ ଶୁଣିବା ଓ ସମାଧାନ ପାଇଁ ପ୍ରୟାସ କରିବା ହେଉଛି ସତ୍ୟ ସାର୍ଥକ ଜନସେବାର ପରିଚୟ। ସାଂସଦ ମହୋଦୟା ପ୍ରତ୍ୟେକ ଅଭିଯୋଗକୁ ଆତ୍ମୀୟତାର ସହ ଗ୍ରହଣ କରି ଶୀଘ୍ର ସମାଧାନ ନିମନ୍ତେ ଆଶ୍ୱାସନ ଦେଇଥିଲେ। ଏହା ପରେ ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ଚିକିଲି ପଞ୍ଚାୟତରେ ଆୟୋଜିତ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଶୁଭ ଉଦ୍ଘାଟନ ଉତ୍ସାହ ଓ ଆନନ୍ଦର ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଆସ୍କା ସାଂସଦ ଶ୍ରୀମତୀ ଅନିତା ସୁଭଦର୍ଶିନୀ ଓ ବରିଷ୍ଠ ବିଜେପି ନେତା ଅନିଲ କୁମାର ପଣ୍ଡା ଯୋଗଦେଇ ଯୁବ କ୍ରୀଡ଼ାଳି ମାନଙ୍କୁ ଉତ୍ସାହିତ କରିଥିଲେ।
ଏହି ଅବସରରେ ଖଲ୍ଲିକୋଟ ବ୍ଳକର ଅଧ୍ୟକ୍ଷା ମୋହଦୟା କୁମାରୀ ଦାସ ଜିଲ୍ଲା ସାଧାରଣ ସମ୍ପାଦକ ଯଜ୍ଞ୍ୟା ନାରାୟଣ ଦାଶ , ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅଜିତ ପଣ୍ଡା , ଜିଲ୍ଲା ଉପସଭାପତି ଅରୁଣ କୁମାର ଖୁଣ୍ଟିଆ , ଜିଲ୍ଲା ମାଇନୋରଟି ମୋର୍ଚ୍ଚା ସଭାପତି ଶ୍ରୀ ସେଖ୍ ତୋହିଦ୍,ଯୁବ ନେତା ଜଗନ୍ନାଥ ଭୂୟାଁ , ଖଲ୍ଲିକୋଟ ମଣ୍ଡଳ ସଭାପତି ଶଙ୍କର ପ୍ରସାଦ ନାହାକ, ମଣ୍ଡଳ ସଭାପତି ଶମ୍ଭୁ ପ୍ରଧାନ , ବହୁ ସରପଞ୍ଚ ଓ ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ଗରିମା ବଢ଼ାଇଥିଲେ। ଚିକିଲି ପଞ୍ଚାୟତର ମାଆମାନଙ୍କର ସ୍ନେହଭରା ପାଛୋଟି ଓ ଆତ୍ମୀୟ ସ୍ୱାଗତ ସମସ୍ତଙ୍କ ମନକୁ ଛୁଇଁଯାଇଥିଲା। ଗ୍ରାମର ମାଟିର ସେହି ଭଲପାଇବା, ଆଶୀର୍ବାଦ ଓ ଆପଣାପଣିଆ ଭାବ ସତ୍ୟରେ ଏକ ସୁନ୍ଦର ପରିବାରିକ ପରିବେଶ ସୃଷ୍ଟି କରିଥିଲା। ସାଂସଦ ସୁଭଦର୍ଶନୀ ଯୁବ ପେଢ଼ିଙ୍କୁ ଏକ ବାର୍ତ୍ତା ଦେଇଥିଲେ କ୍ରୀଡ଼ା କେବଳ ଖେଳ ନୁହେଁ, ଏହା ଯୁବପିଢ଼ୀଙ୍କ ମଧ୍ୟରେ ଶୃଙ୍ଖଳା, ଏକତା, ଭାଇଚାରା ଓ ଆତ୍ମବିଶ୍ୱାସର ସନ୍ଦେଶ ଦେଇଥାଏ। ଏପରି ସୁନ୍ଦର ଆୟୋଜନ ଗ୍ରାମୀଣ ଅଞ୍ଚଳର ଯୁବଶକ୍ତିକୁ ଆଗକୁ ବଢ଼ିବାର ପ୍ରେରଣା ଦେଉଛି।












