ଉଦଳା – (ରାଜୀବ କୁମାର ବେହେରା):
“ସଚେତନତା ଓ ସତର୍କତା ହିଁ ସାଇବର ସୁରକ୍ଷାର ପ୍ରଥମ ଅସ୍ତ୍ର”—ଏହି ବାର୍ତ୍ତାକୁ ନେଇ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ଅନୁଷ୍ଠିତ ହେଲା। ସ୍ଥାନୀୟ ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଇବର ରଥ ପରିକ୍ରମା ସହ ଛାତ୍ରଛାତ୍ରୀଙ୍କୁ ନେଇ ପଦଯାତ୍ରା ମଧ୍ୟ ହୋଇଥିଲା।
କାର୍ଯ୍ୟକ୍ରମରେ ଖୁଣ୍ଟା IIC ପଞ୍ଚାନନ ମହାନ୍ତିଙ୍କ ସଭାପତିତ୍ୱ ରହିଥିଲା।
ଉଦଳା ବିଧାୟକ ଭାସ୍କର ମଡ଼େଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।
ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦୀପକ କୁମାର ଗୋଛାୟତ,
ସମ୍ମାନିତ ଅତିଥି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସବିତା ମାଝୀ,
ଗୋପବନ୍ଧୁନଗର ବିଡିଓ ପୃଥୁରାଜ ପରିଡ଼ା,
କଲେଜ ଅଧ୍ୟକ୍ଷ ସରୋଜ ରଞ୍ଜନ ତ୍ରିପାଠୀ,
ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଅଧକ୍ଷ ନନ୍ଦକିଶୋର ପଟ୍ଟନାୟକ,
SDPO ହୃଷିକେଶ ନାୟକ,
ଇଂକ୍ପେକଟର ସୁଶାନ୍ତ ବେହେରା,
ସରପଞ୍ଚ ସୁମୀ ହାଁସଦା,
ସମିତି ସଭ୍ୟ ରଙ୍ଗନ ମହାନ୍ତି,
NSS ଶୁଭମ ସାମଲ,
ଭାବଗ୍ରାହୀ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ।
ମହାବିଦ୍ୟାଳୟର ଅଧ୍ୟାପିକା ଗପା ସିଂ ସ୍ଵାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଦୀପ ପ୍ରଜ୍ଜ୍ଵଳନ ପରେ ମଞ୍ଚାସୀନ ଅତିଥିଗଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ସାଇବର ସଚେତନତା ଉପରେ ମୂଳ ବାର୍ତ୍ତା
ସାଇବର ଠକେଇରୁ ରକ୍ଷା ପାଇଁ ସତର୍କ ରହିବାକୁ ଅଧିକାରୀଗଣ ଆହ୍ୱାନ କରିଥିଲେ।
ଠକେଇ ଘଟିଲେ ନିଃଶୁଳ୍କ ହେଲ୍ପଲାଇନ୍ 1930 କୁ ତୁରନ୍ତ ଫୋନ କରି ଆକାଉଣ୍ଟ ଲକ୍ କରିବା ଓ ପୋଲିସର ଆଶ୍ରୟ ନିବାକୁ ପରାମର୍ଶ ଦେଇଥିଲେ।
ସାଇବର ଠକେଇ ର ପ୍ରକାର, ରୋକଥାମ ପଦ୍ଧତି ଓ ପ୍ରମାଣ ସଂରକ୍ଷଣ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା।
କୁଇଜ୍ ପ୍ରତିଯୋଗୀତା
ଏହି ଅବସରରେ ଆୟୋଜିତ ସାଇବର ସଚେତନତା କୁଇଜ୍ ପ୍ରତିଯୋଗୀତାରେ ବିଜୟୀ ୪ ଛାତ୍ରଛାତ୍ରୀଙ୍କୁ ମଞ୍ଚରୁ ସମ୍ମାନିତ କରାଯାଇଥିଲା।
ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟ ଓ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, କର୍ମଚାରୀ, ଛାତ୍ରଛାତ୍ରୀ ଓ ସାଧାରଣ ଜନତା ବୃହତ୍ ସଂଖ୍ୟାରେ ଉପସ୍ଥିତ ହୋଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।












