ରାୟଗଡ଼ା
ଆସିଲା ପାର୍ବଣ ୠତୁ। ଚଳ ଚଞ୍ଚଳ ପୂଜା ମଣ୍ଡପ ।ଏବେ ଚାଲିଛି ଅଗ୍ରପୂଜ୍ୟ ଶ୍ରୀ ଗଣେଶ ଙ୍କୁ ଆରଧନା।ଆଉ କିଛି ଦିନ ପରେ ଧରାପୃଷ୍ଠକୁ ଆସିବେ ମାଁ ଜଗତ ଜନନୀ ଦୂର୍ଗା।ଏଥିପାଇଁ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ଟାଉନ୍ ଦୁର୍ଗା ପୂଜା କମିଟି ତରଫରୁ ମାଟି ପୂଜା କରାଯାଇଛି।ଆଜି ହେଉଛି ପବିତ୍ର ରାଧା ଅଷ୍ଟମୀ ଏହି ତିଥିରେ ଗୁଡ଼ାରୀ ଦୁର୍ଗା ପୂଜା କମିଟି ତରଫରୁ ବଂଶାଧାରା ନଦୀ ରୁ ମାଟି ଆଣି ପୂଜାର୍ଚ୍ଚନା କରାଯାଇଛି ପ୍ରତି ବର୍ଷ ଚଳିତ ବର୍ଷ ମଧ୍ୟ ଅଷ୍ଟମୀ ତିଥିରେ ଗୁଡାରୀ ମାଁ ଭଣ୍ଡାର ଘରଣୀ ଦୁର୍ଗା ମନ୍ଦିର ଠାରେ ଦୁର୍ଗା ପୂଜା ନିମନ୍ତେ ବଂଶଧାରା ନଦୀକୂଳ ରୁ ମାଟି ଆଣି ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା।ଏହି ସମୟରେ କମିଟି ର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।
ଗୁଡ଼ାରୀ ଦୁର୍ଗା ପୂଜା କମିଟି ପକ୍ଷ ରୁ ଭଣ୍ଡାର ଘରଣୀ ମନ୍ଦିର ନିକଟରେ ମାଟି ପୂଜା
By Charcha News











