ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଗୁଣପୁର ମହାବିଦ୍ୟାଳୟ ତରଫରୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଆଜି ଏକ ତ୍ରିରଙ୍ଗା ଶୋଭାଯାତ୍ରା
ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ୩୦୦ ମିଟର ଦୈର୍ଘ୍ୟ ଓ ଆଠ ଫୁଟ ପ୍ରସ୍ଥ ବିଶିଷ୍ଟ ଏକ ପ୍ରକାଣ୍ଡ ତ୍ରିରଙ୍ଗା ଧରି ଶତାଧିକ ଛାତ୍ର ଓ ଛାତ୍ରୀ ମହାବିଦ୍ୟାଳୟରୁ ନୂତନ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ପ୍ରଦର୍ଶନ କରିଥିଲେ । ସେମାନେ ହାତରେ ତ୍ରିରଙ୍ଗା ପତାକା ଧରି ଜାତୀୟ ଏକତା ଓ ସ୍ବାଧୀନତାର ନାରା ଦେଇ ଆଗକୁ ଚାଲିଥିଲେ । ଏହି ପଦଯାତ୍ରାକୁ ମାନ୍ୟବର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଅଭିଷେକ ଦିଲ୍ଲୀପ ଦୁଧାଲ ସବୁଜ ପତାକା ଦେଖାଇ ଶୁଭାରମ୍ବ କରିଥିଲେ । ଅନୁଷ୍ଠାନର ସମସ୍ତ ପ୍ରାଧ୍ୟାପକ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଏ ଶୁଭ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଅଧ୍ୟାପକ ଜିତେନ୍ଦ୍ର ବଡ଼ମୁଣ୍ଡି, ଲକ୍ଷ୍ମଣ ଶବର, ଦଣ୍ଡପାଣି ଭୂୟାଁ ,
ବିକାଶ ରଞ୍ଜନ ଭୂୟାଁ, ଜଗନ୍ନାଥ ଦୀପ, ପ୍ରିୟବ୍ରତ ମହାକୁଡ, ବାଗ୍ମୀ ରଞ୍ଜନ, ଗଙ୍ଗା ମାଡ଼କାମି, ତାମିଲା ପାରାସେଠ,ପଦ୍ମନ ନାୟକ ଓ ଅଧ୍ୟାପିକା ରଞ୍ଜୁମା ପ୍ରଧାନ, ସୁନିତା ଗମାଙ୍ଗ , ଚିତ୍ରା ମିଶ୍ର, ପଦ୍ମଜା ନାୟକ ପ୍ରମୁଖ ଛାତ୍ର ଓ ଛାତ୍ରୀଙ୍କ ସହ ପଦଯାତ୍ରାରେ ଭାଗ ନେଇଥିଲେ । ଅଧ୍ୟାପକ ସତୀଶ ପଟ୍ଟନାୟକ, ଜ୍ୟୋତି ରଂଜନ ପଟ୍ଟନାୟକ , ଦେବୀପ୍ରସାଦ ରାଉତ, ପ୍ରସନ୍ନ କୁମାର ମିଶ୍ର, ପ୍ରଧ୍ୟାପକ ଡକ୍ଟର ଜୱାହାରଲାଲ୍ ଚୌଧୁରୀ , ଅଧ୍ୟ। ପିକା ଦିପିକା ପଟ୍ଟନାୟକ ପଦଯାତ୍ରାର ବିଭିନ୍ନ ସ୍ଥାନରେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ । ଏ କାର୍ଯ୍ୟକ୍ରମଟି ଅଧ୍ୟକ୍ଷ ଶଶିଭୂଷଣ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବରେ ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଥିଲା
ଗୁଣପୁରରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା
By Charcha News











