Date 29 3 26 :: ରବୀନ୍ଦ୍ର ନାଥ ମହାପାତ୍ର
ରାୟଗଡ଼ା ଜିଲ୍ଲା ଗୁଣପୁର ବନଖଣ୍ଡ ର ପଦ୍ମପୁର ଅଞ୍ଚଳର ବିଭିନ୍ନ ଗ୍ରାମରେ ଆଜି ବାନାଗ୍ନୀ ସଚେତନତା ସହ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଗୁଣପୁର ରେଞ୍ଜର ଗଙ୍ଗାଧର ମିଶ୍ର ଙ୍କ ନେତୃତ୍ୱରେ ପଦ୍ମପୁର ବନପାଳ ରାଜ କିଶୋର ଶବର ଙ୍କ ତତ୍ୱାବଧାନରେ ସଚେତନତା ସହ ବାଇକ୍ ଶୋଭାଯାତ୍ରା ବାହାରି ଲୋକଙ୍କୁ ସଚେତନ କରାଯାଇଛି।ଜଙ୍ଗଲ କୁ କିପରି ସୁରକ୍ଷା ଯୋଗାଇ ଦେଇ ପାରିବା ସହ ବନାଗ୍ନୀ କିପରି ରୋକାଯାଇ ପାରିବ ସେ ନେଇ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା।ନିଆଁ ଲାଗିବା ଦ୍ୱାରା ଜଙ୍ଗଲ ନଷ୍ଟ ହେଉଛି ଏବଂ ଯିବ ଜନ୍ତୁ ମାନେ ମୃତ୍ୟୁ ମୁଖ ରେ ପଡ଼ିଥିବା ଦେଖିବାକୁ ମିଳିଛି। ନିଆଁ ଲାଗିଲେ ପରିବେଶ ଉପରେ ସିଧା ସଳଖ ପଡୁଛି।ତେଣୁ ଜଙ୍ଗଲ କୁ ସୁରକ୍ଷା କରିବା, ଗଛ ଲଗାଇବା ସହ ଜଙ୍ଗଲରେ ନିଆଁ ଲଗାଇବା ନାହିଁ।ଜଙ୍ଗଲ ରେ ନିଆଁ ଲଗାଇଲେ ଏକ ଅପରାଧ ଜେଲ ଦଣ୍ଡ ମଧ୍ୟ ରହିଛି।ବୋଲି ରେଞ୍ଜର ଗଙ୍ଗାଧର ମିଶ୍ର କହିଥିଲେ।ଏହି ସଚେତନତା ଶୋଭାଯାତ୍ରା ରେ ଗୁଣପୁର ରାମନାଗୁଡ଼ା ଓ ପଦ୍ମପୁର ର ସମସ୍ତ କର୍ମ ଚାରି ମାନେ ଉପସ୍ଥିତ ରହିଥିଲେ |












