୧୦.୮.୨୦୨୫ ସାମ୍ବାଦିକ ରବିନ୍ଦ୍ର ନାଥ ମହାପାତ୍ର
ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଗୁଣପୁର ମିନି ଷ୍ଟାଡିୟମ ଠାରେ ଗୁଣପୁର ଓ ରାୟଗଡା ଉପଖଣ୍ଡ ରାଜସ୍ୱ କ୍ଷେତ୍ର କର୍ମଚାରୀ ଦଳ ମଧ୍ୟରେ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଗୁଣୁପୁର ଉପଖଣ୍ଡ ଦଳ ରାଜସ୍ୱ ପରିଦର୍ଶକ ଶିବାନନ୍ଦ ଦାସଙ୍କ ନେତୃତ୍ୱରେ ଏବଂ ରାୟଗଡା ଉପଖଣ୍ଡ ଦଳ ରାଜସ୍ୱ ନିରୀକ୍ଷକ ବାଳକୃଷ୍ଣ ରଥଙ୍କ ନେତୃତ୍ୱରେ ଖେଳିଥିଲେ। ରାୟଗଡା ଦଳ ଟସ୍ ଜିତି ପ୍ରଥମେ ୧୨୫ ରନର ଟାର୍ଗେଟ ରଖିଥିଲେ ଏବଂ ଶିବାନନ୍ଦ ଦାସଙ୍କ ଚମତ୍କାର ଅଧିନାୟକତ୍ୱରେ ଗୁଣୁପୁର ଦଳ ଏହାକୁ ପିଛା କରି ୪ ୱିକେଟ୍ ବାକି ରଖି ବିଜୟୀ ହୋଇଥିଲେ ଏବଂ ସ୍ୱୟଂ ଅଧିନାୟକ ଗୋଟିଏ ପାର୍ଶ୍ୱରେ ନଟ୍ ଆଉଟ୍ ରହିଥିଲେ। ମ୍ୟାଚ୍ ର ଶ୍ରେଷ୍ଠ ଖେଳାଳି ଭାବେ ମୋନଜ ରଥ ଏବଂ ଶ୍ରେଷ୍ଠ ବୋଲର ଭାବେ ବୋମନା ଆନନ୍ଦ ବିବେଚିତ ହୋଇଥିଲେ l ଶେଷରେ ବିବେଚିତ ଦଳ ଓ ଶ୍ରେଷ୍ଠ ଖେଳାଳି କୁ ଅତିଥି ତହସିଲଦlର, ରାମନlଗୁଡ଼ା ପ୍ରାଣ କୃଷ୍ଣ ପାଣିଗ୍ରାହୀଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା l କାର୍ଯ୍ୟକ୍ରମକୁ ଡମ୍ବରୁଧର ଗୌଡ ପରିଚାଳନା କରିଥିଲେ
ଗୁଣପୁର ମିନି ଷ୍ଟାଡିୟମ ଠାରେ କ୍ରିକେଟ ମ୍ୟାଚ୍, ବିଜେତାଙ୍କୁ ଟ୍ରଫି ପ୍ରଦାନ କଲେ ପ୍ରାଣକୃଷ୍ଣ ପାଣିଗ୍ରାହୀ
By Charcha News











