ତାରିଖ- ୨୦-୦୨-୨୦୨୬
ସାମ୍ବାଦିକ – ରାଜୀବ କୁମାର ବେହେରା
ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍ ଅନ୍ତର୍ଗତ ପଦ୍ମପୋଖରୀ ଗ୍ରାମପଞ୍ଚାୟତ ଅଧୀନ ସୁଦୁରିଆଗୋଠ ଗ୍ରାମ ଆଜିଯାଏ ମୌଳିକ ସୁବିଧାରୁ ବଞ୍ଚିତ ରହିଛି। ପ୍ରାୟ ୪୫ଟି ହୋ’ ଜନଜାତି ପରିବାରର ୨୦୦ରୁ ଅଧିକ ଲୋକ ବସବାସ କରୁଥିବା ସତ୍ତ୍ୱେ ଗ୍ରାମରେ ସୁରକ୍ଷିତ ପାନୀୟଜଳର କୌଣସି ସ୍ଥାୟୀ ବ୍ୟବସ୍ଥା ନାହିଁ। ଗ୍ରାମବାସୀ ଶୁଖୁଆପଟା ପାହାଡ଼, ଶାରୀଶୁଆ ପାହାଡ଼ ଓ କୁଲଡ଼ିହା ଅଭୟାରଣ୍ୟ ଅଞ୍ଚଳରୁ ଝରିଆସୁଥିବା ଝରଣା ପାଣି ସଂଗ୍ରହ କରି ପିଇବାକୁ ବାଧ୍ୟ। ଗ୍ରୀଷ୍ମ ଋତୁ ଆରମ୍ଭ ହେଲେ ଝରଣା ଶୁଖିଯାଏ ଓ ପରେ ଗ୍ରାମର ମହିଳା ଓ ଶିଶୁମାନେ ମାଟି ଖୋଳି ଚୁଆ ପାଣି ସଂଗ୍ରହ କରି ଦୈନନ୍ଦିନ କାମ ଏବଂ ଶୋଷ ମେଣ୍ଟେ। ସେହିଭଳି ଅନ୍ୟ ପଟେ ଦେଖିବାକୁ ଗଲେ
ଗ୍ରାମରେ ବିଦ୍ୟୁତ ସୁବିଧା ଥିଲେ ମଧ୍ୟ ମୋବାଇଲ ନେଟୱର୍କ ନାହିଁ। ମନରେଗା ଯୋଜନାରେ ରାସ୍ତା ନିର୍ମାଣ ହୋଇନଥିବାରୁ ଯାତାୟାତରେ ଗଭୀର ସମସ୍ୟା ରହିଛି।
ସବୁଠାରୁ ଚିନ୍ତାଜନକ ହେଲା — ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ରର ପିଲାମାନେ ମଧ୍ୟ ଚୁଆ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ଯେଉଁଠାରେ ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ରରେ ନଳକୂପ ଖୋଳାଯିବା କଥା, ସେଠାରେ ଏହି ଦୁର୍ଗମ ଗ୍ରାମ ଏଥିରୁ ବଞ୍ଚିତ ରହିଛି। ପାଣି ପଞ୍ଚାୟତ ଯୋଜନାରେ ସରକାର କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଥିବା ସତ୍ତ୍ୱେ ପଞ୍ଚାୟତ କାର୍ଯ୍ୟାଳୟଠାରୁ ମାତ୍ର ୫ କିଲୋମିଟର ଦୂରରେ ଥିବା ଏହି ଗ୍ରାମରେ ଏକଟି ମଧ୍ୟ ନଳକୂପ ନ ଖୋଳାଯିବା ପ୍ରଶାସନିକ କାର୍ଯ୍ୟକୁଶଳତା ଉପରେ ପ୍ରଶ୍ନ ଉଠାଇଛି। ଗ୍ରାମବାସୀମାନେ ତୁରନ୍ତ ଅଧିକାରୀମାନଙ୍କ ଗସ୍ତ ସହ ପାନୀୟଜଳ ଓ ରାସ୍ତା ସମସ୍ୟାର ସ୍ଥାୟୀ ସମାଧାନ ଦାବି କରିଛନ୍ତି। ସହରରେ ପାଇପ ଲାଇନ୍ ପାଣି ପହଞ୍ଚୁଥିବା ବେଳେ ଜଙ୍ଗଲ ଅଞ୍ଚଳର ଲୋକେ ଚୁଆ ପାଣି ପିଉଥିବା ଦୃଶ୍ୟ ବିକାଶର ଭୂମିକା ଉପରେ ପୁଣିଥରେ ପ୍ରଶ୍ନ












