ଚଳିତ ବର୍ଷ ୫ଲକ୍ଷ ୬୧ହଜାର ୯୭୯ଜଣ ଛାତ୍ରଛାତ୍ରୀ ୩୦୮୨ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ । ପରୀକ୍ଷା ଖାତାକୁ ୫୧ଟି କେନ୍ଦ୍ରରେ ୧୫ହଜାର ଶିକ୍ଷକ ମୂଲ୍ୟାଙ୍କନ କରିଥିଲେ । ପରୀକ୍ଷାର୍ଥୀମାନେ ଅନ୍ଲାଇନ୍ ମାଧ୍ୟମରେ ଜାଣିପାରିବେ ରେଜଲ୍ଟ । https://www.bseodisha.ac.in , https://www.bseodisha.nic.in ମାଧ୍ୟମରେ ପରୀକ୍ଷାର୍ଥୀ ରେଜଲ୍ଟ ଦେଖିପାରିବେ ।
BY_SUBHASMITA-2.5.2026
କଟକ : ଏବର୍ଷ ମାଟ୍ରିକ୍ ପରୀକ୍ଷା ଫଳ ଆସିବା ସହିତ ଖୁସିର ଲହରୀ ଖେଳିଯାଇଛି। ୯୫.୩୩ ପ୍ରତିଶତ ପାସ୍ ହାର ସହ ରାଜ୍ୟ ଶିକ୍ଷା ବ୍ୟବସ୍ଥା ଏକ ସଫଳତାର ଦାବି କରୁଥିବା ବେଳେ, ଏହି ରେଜଲ୍ଟ ଆଉ ଗୋଟିଏ ସତ୍ୟକୁ ସାମ୍ନାକୁ ଆଣିଛି ଛାତ୍ରଙ୍କୁ ପୁଣି ଟପିଲେ ଛାତ୍ରୀ।୨ଲକ୍ଷ ୬୩ହଜାରରୁ ଅଧିକ ଛାତ୍ରୀ ପାସ୍ କରିଥିବା ବେଳେ ଛାତ୍ରଙ୍କ ସଂଖ୍ୟା ତାଠାରୁ କମ୍। ଏହା କେବଳ ନମ୍ବରର ଜିତ୍ ନୁହେଁ, ବରଂ ପରିଶ୍ରମ, ଧୈର୍ଯ୍ୟ ଓ ଲକ୍ଷ୍ୟପ୍ରତି ଝିଅମାନଙ୍କ ଦୃଢ଼ତାର ପ୍ରମାଣ।କିନ୍ତୁ ରେଜଲ୍ଟର ଚକଚକି ଭିତରେ କିଛି ପ୍ରଶ୍ନ ମଧ୍ୟ ଲୁଚିଛି। ୨୩୧୦ଟି ସ୍କୁଲରେ ୧୦୦% ରେଜଲ୍ଟ ଆସିଥିବା ବେଳେ, ୩ଟି ସ୍କୁଲରେ ଜଣେ ମଧ୍ୟ ପାସ୍ କରିନାହାନ୍ତି। ଏହା କେବଳ ଛାତ୍ରଛାତ୍ରୀଙ୍କ ବିଫଳତା ନା ସେହି ସ୍କୁଲର ଶିକ୍ଷା ବ୍ୟବସ୍ଥାର ଦୁର୍ବଳତା ?ଗଜପତି ଜିଲ୍ଲା ସର୍ବାଧିକ ପାସ୍ ହାର ସହ ଆଗରେ ଥିବା ବେଳେ, କେନ୍ଦୁଝର ସବୁଠାରୁ ପଛରେ। ଏହା ମଧ୍ୟ ଜିଲ୍ଲା ଭିତ୍ତିକ ଶିକ୍ଷାର ଅସମାନତାକୁ ସାମ୍ନାକୁ ଆଣୁଛି।ଏଥର ପ୍ରଥମ ଥର ପାଇଁ ଓଡ଼ିଆ ଭାଷାରେ ସାର୍ଟିଫିକେଟ୍ ମିଳିବା ନିଶ୍ଚୟ ସ୍ୱାଗତଯୋଗ୍ୟ ପଦକ୍ଷେପ। କିନ୍ତୁ କେବଳ ସାର୍ଟିଫିକେଟ୍ର ଭାଷା ବଦଳିଲେ
ମାଟ୍ରିକ୍ ପରୀକ୍ଷାର ମୁଖ୍ୟାଂଶ
- A1 ୨୪୫୩
- A2 ୧୫,୬୮୪
- B1 ୪୩,୫୬୫
- B2 ୮୬୧୦୩
- ୫ଲକ୍ଷ ୧୯ ହଜାର ୨୫୧ ଜଣ ଛାତ୍ରଛାତ୍ରୀ ଉତୀର୍ଣ୍ଣ
- ପାସ୍ ହାର ୯୫.୩୩ ପ୍ରତିଶତ
- ୧୦୦ ପ୍ରତିଶତ ରେଜଲ୍ଟ ୨,୩୧୦ ସ୍କୁଲ
- ୧୭,୦୫୫ ଫେଲ୍
- ତିନିଟି ସ୍କୁଲରେ ଆଦୌ କେହି ପାସ୍ କରିନାହାନ୍ତି
ହେବନି, ଗାଁରୁ ସହର ପର୍ଯ୍ୟନ୍ତ ଶିକ୍ଷାର ଗୁଣମାନ ମଧ୍ୟ ବଦଳିବା ଦରକାର।ମାଟ୍ରିକ୍ ରେଜଲ୍ଟ କେବଳ ପାସ୍-ଫେଲ୍ର ହିସାବ ନୁହେଁ, ଏହା ରାଜ୍ୟର ଶିକ୍ଷା ବ୍ୟବସ୍ଥାର ଆଇନା। ଏହି ଆଇନାରେ ସଫଳତା ଦେଖାଯାଉଛି, କିନ୍ତୁ କିଛି ଅନୁତ୍ତରିତ ପ୍ରଶ୍ନ ମଧ୍ୟ ସ୍ପଷ୍ଟ ହେଉଛି ।
ଚର୍ଚ୍ଚା news












