ଆଜି ନୂଆପଡା ବିଜେଡି ପକ୍ଷରୁ ପତୋରା ଅପରଜୋଙ୍କ ପ୍ରକଳ୍ପ ଚାଷୀ ଙ୍କ ଦୁଃଖ ନେଇ ବିଜେଡି ଜିଲ୍ଲା ସଭାପତି ଅବନୀ ରଞ୍ଜନ ଯୋଶୀ ଙ୍କ ନେତୃତ୍ୱ ରେ ଶହ ଶହ ଚାଷୀ ଏକତ୍ରିତ ହୋଇ ପୋଲିସ ପଡିଆ ରୁ ଏକ ଶୋଭାଯାତ୍ରା ରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳ ଅଫିସ ସଦଭାବନା ସଭାଗୃହ ଭିତରୁ ଧସେଇ ପଶିଥିଲା ଓ ଜୋରଦାର ନାରାବାଜି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ l କୁତ୍ରିମ ମରୁଡି ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ଉପରେ ଜୋରଦାର ଗର୍ଜିଥିଲେ ଉପସ୍ଥିତ ବିଜେଡି ନେତା l ସମସ୍ତ ଚାଷୀ ଙ୍କୁ କ୍ଷତିପୂରଣ ଦେବା ସହିତ ଚାଷୀ ଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଥିଲେ l ଏହି ଅବସରରେ ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ, ଜିଲ୍ଲା ବିଜେଡି ସଭାପତି ଅବନୀ ରଞ୍ଜନ ଯୋଶୀ, ଯୁବ ନେତା ହରିଶ୍ଚନ୍ଦ୍ର ପଣ୍ଡା, ଜିଲ୍ଲା ପରିଷଦ ସଦସ୍ୟ ମୁରଲୀଧର ଭୋଇ, ଜିଲ୍ଲା ପରିଷଦ ଅଧକ୍ଷା ଡଲି ମାଝୀ, ରାଜ୍ୟ ବିଜେଡି ସମ୍ପାଦକ ରାଜେଶ ନିଗମ, ଜିଲ୍ଲା ପରିଷଦ ସଦସ୍ୟ ଭାନୁପ୍ରତାପ ସିଂ ମାଝୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଦୀପିକା ଦୀପ, ଟିଙ୍କୁ ପଣ୍ଡା, କାର୍ତିକ ଦୀପ,ପ୍ରମୁଖ ଯୋଗ ଦେଇ ଜୋରଦାର ସରକାର ବିରୋଧ ରେ ନାରାବାଜି କରିଥିଲେ l
ଚର୍ଚ୍ଚା news












