ଆମେରିକା ପକ୍ଷରୁ ହର୍ମୁଜ ପ୍ରଣାଳୀରେ ନୌସେନା ଅବରୋଧ ଜାରି ରହିଥିବା ବେଳେ ମଙ୍ଗଳବାର ରିପବ୍ଲିକାନ ନେତ୍ରୀ ନିକ୍କି ହେଲି ଏକ ସମ୍ବେଦନଶୀଳ ତଥ୍ୟ ପ୍ରକାଶ କରି କହିଛନ୍ତି, ଆମେରିକା ନୌସେନା ଦ୍ୱାରା ଜବତ କରାଯାଇଥିବା ପ୍ରଥମ ଜାହାଜଟି ଚୀନରୁ ଇରାନ ଅଭିମୁଖେ ଯାଉଥିଲା ଏବଂ ଏଥିରେ କ୍ଷେପଣାସ୍ତ୍ର ତିଆରି ପାଇଁ ବ୍ୟବହୃତ ହେଉଥିବା ରାସାୟନିକ ପଦାର୍ଥ ରହିଥିଲା।
ଆମେରିକା ପକ୍ଷରୁ ହର୍ମୁଜ ପ୍ରଣାଳୀରେ ନୌସେନା ଅବରୋଧ ଜାରି ରହିଥିବା ବେଳେ ମଙ୍ଗଳବାର ରିପବ୍ଲିକାନ ନେତ୍ରୀ ନିକ୍କି ହେଲି ଏକ ସମ୍ବେଦନଶୀଳ ତଥ୍ୟ ପ୍ରକାଶ କରି କହିଛନ୍ତି, ଆମେରିକା ନୌସେନା ଦ୍ୱାରା ଜବତ କରାଯାଇଥିବା ପ୍ରଥମ ଜାହାଜଟି ଚୀନରୁ ଇରାନ ଅଭିମୁଖେ ଯାଉଥିଲା ଏବଂ ଏଥିରେ କ୍ଷେପଣାସ୍ତ୍ର ତିଆରି ପାଇଁ ବ୍ୟବହୃତ ହେଉଥିବା ରାସାୟନିକ ପଦାର୍ଥ ରହିଥିଲା। ସୋସିଆଲ ମିଡିଆ ପ୍ଲାଟଫର୍ମ ”ଏକ୍ସ”ରେ ଏହି ସୂଚନା ଦେଇ ସେ କହିଛନ୍ତି ଯେ, ଚୀନ କ୍ରମାଗତ ଭାବେ ଇରାନର ଶାସନ କଳକୁ ସାମରିକ ସହାୟତା ପ୍ରଦାନ କରୁଛି, ଯାହାକୁ ଏବେ ଆଉ ଅଣଦେଖା କରାଯାଇପାରିବ ନାହିଁ। ଜାହାଜଟିକୁ ଅଟକାଇବା ପାଇଁ ବାରମ୍ବାର ନିର୍ଦ୍ଦେଶ ଦିଆଯାଇଥିଲେ ହେଁ ଏହା ନମାନିବାରୁ ଶେଷରେ ଏହାକୁ ଜବତ କରାଯାଇଥିଲା।
ଅନ୍ୟପକ୍ଷରେ, ଇରାନ ଏହି ଘଟଣାକୁ ”ସଶସ୍ତ୍ର ଜଳଦସ୍ୟୁତା” ବୋଲି ଅଭିହିତ କରିବା ସହ ପ୍ରତିଶୋଧ ନେବାକୁ ଚେତାବନୀ ଦେଇଛି ।
ଜବତ କରାଯାଇଥିବା ଜାହାଜ ”ଏମଭି ଟୁସ୍କା” ଚୀନ ଓ ଇରାନ ମଧ୍ୟରେ ନିୟମିତ ଯାତାୟାତ କରୁଥିବା ନେଇ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ରିପୋର୍ଟ ପ୍ରକାଶ କରିଛି। ଏହି ବିବାଦ ଯୋଗୁଁ ଇସଲାମାବାଦରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନାରୁ ଇରାନ ଓହରି ଯାଇଛି। ଇରାନର ସ୍ପଷ୍ଟ ଦାବି ଯେ, ଯେପର୍ଯ୍ୟନ୍ତ ନୌସେନା ଅବରୋଧ ହଟାଯାଇ ନାହିଁ, ସେପର୍ଯ୍ୟନ୍ତ କୌଣସି ଆଲୋଚନା ହେବ ନାହିଁ। କିନ୍ତୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ଜିଦରେ ଅଟଳ ରହି କହିଛନ୍ତି ଯେ, ଚୁକ୍ତି ସ୍ୱାକ୍ଷର ନହେବା ପର୍ଯ୍ୟନ୍ତ ଅବରୋଧ ଜାରି ରହିବ। ଏହି ସାମରିକ ଛକାପଞ୍ଝା ମଧ୍ୟରେ ଆମେରିକା ଓ ଇରାନ ମଧ୍ୟରେ ହୋଇଥିବା ଯୁଦ୍ଧବିରତିର ସମୟସୀମା ଆସନ୍ତା ଗୁରୁବାର ସକାଳେ ଶେଷ ହେବାକୁ ଯାଉଛି।
ଚର୍ଚ୍ଚା news












