ସାମ୍ବାଦିକ ରାଜୀବ କୁମାର ବେହେରା
ଉଦଳା: ଦେଶ ବ୍ୟାପୀ ଜାତୀୟ ପ୍ରେସ ଦିବସ ପାଳନ ସହିତ ସମନ୍ୱୟରେ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଏହି ଦିବସକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗମ୍ଭୀର ଭାବେ ପାଳନ କରାଗଲା। ଏହି କାର୍ଯ୍ୟକ୍ରମର ଆୟୋଜନ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ, ମୟୂରଭଞ୍ଜ ପକ୍ଷରୁ କରାଯାଇଥିଲା ଏବଂ ସୌଜନ୍ୟ ଥିଲା ଜିଲ୍ଲା ପ୍ରଶାସନ, ମୟୂରଭଞ୍ଜ। ସ୍ଥଳ ଥିଲା ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ।
ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ ମିଡିଆର ସାମ୍ବାଦିକମାନେ ଯୋଗଦେଇ ଦିବସକୁ ମହିମାନ୍ୱିତ କରିଥିଲେ। ସଭାରେ ଉପସ୍ଥିତ ଥିଲେ । ବରିଷ୍ଠ ସାମ୍ବାଦିକମାନେ ଜିଲ୍ଲା ଓ କପ୍ତିପଦା ଉପଖଣ୍ଡ ଲୋକ ସୂଚନା ଅଧିକାରୀ ବିକାଶ ରଞ୍ଜନ ବାରିକ ଓ ସରୋଜ ପ୍ରଧାନ। ଏହି ମଞ୍ଚରେ ମଞ୍ଚାସିନ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ଅତିରିକ୍ତ ଆରୋକ୍ଷୀ ଅଧିକ୍ଷକ ଦୀପକ କୁମାର ଗୋଛାୟତ ଉପସ୍ଥିତ ଥିଲେ l ତେଵେ ମଞ୍ଚାସୀନ ଅତିଥିମାନେ ପ୍ରେସ ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ସାମ୍ବାଦିକତାର ଗୁରୁତ୍ବ, ଦାୟିତ୍ୱ ଏବଂ ସମାଜରେ ଗଣମାଧ୍ୟମର ଭୂମିକା ବିଷୟରେ ନିଜର ମତାମତ ରଖିଥିଲେ। ଉପସ୍ଥିତ ହୋଇ ନିଜର ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ରଖିଛନ୍ତି। ସାମ୍ବାଦିକତାର ମୂଲ୍ୟବୋଧ, ସମାଜ ପ୍ରତି ପତ୍ରକାରଙ୍କ ଅବଦାନ ଏବଂ ନିଷ୍ପକ୍ଷ ସୂଚନା ପ୍ରଦାନର ଭୂମିକାକୁ ସେ ତାଙ୍କ ବକ୍ତବ୍ୟରେ ଆଲୋକିତ କରିଛନ୍ତି। ଏହି ବର୍ଷର ମୁଖ୍ୟ ଆଲୋଚ୍ୟ ବିଷୟ ଟି ମୁଖ୍ୟ ଆକର୍ଷଣ ସାଜିଛି । “ ଭ୍ରମାତମକ ଖବର ପ୍ରଚାର ବୃଦ୍ଧି ପରିପ୍ରେକ୍ଷୀରେ ଗଣମାଧ୍ୟମର ସଚେତନତା ଓ ଭୂମିକା।”ସଭାରେ ଅତିଥିମାନେ ଭ୍ରମାତ୍ମକ ସୂଚନା ବିରୋଧରେ ସାମ୍ବାଦିକମାନଙ୍କ ଦୃଢ଼ ଭୂମିକା ଓ ଜନସଧାରଣଙ୍କ ମଧ୍ୟରେ ସତ୍ୟ ସୂଚନା ପ୍ରସାରଣର ଆବଶ୍ୟକତାକୁ ଉଦଯାପିତ କରିଥିଲେ ,ସମସ୍ତ ଉପସ୍ଥିତ ସାମ୍ବାଦିକମାନେ ଏହାକୁ ଏକ ସ୍ମରଣୀୟ ଅବସରରେ ପରିଣତ କରିଥିଲେ।











