ମୟୂରଭଞ୍ଜ : ମାନବିକତାର ଏକ ଅଲୋକିତ ଉଦାହରଣ ସୃଷ୍ଟି କରିଛନ୍ତି ଉଦଳା ଅଞ୍ଚଳର ଅରବିନ୍ଦ ମହାଶୟ। ନିଜ ଝିଅ ଆକାଂକ୍ଷାଙ୍କ ଜନ୍ମଦିନ ଅବସରରେ ସେ ଏକ ଅସହାୟ ଓ ଗୁରୁତର ରକ୍ତହୀନତା ରୋଗୀଙ୍କୁ ରକ୍ତଦାନ କରିଛନ୍ତି। ସେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ରେ ନିଜ ଶରୀରରୁ ବହୁମୂଲ୍ୟ ରକ୍ତ ଦାନ କରି ମାନବିକତାର ଦୃଷ୍ଟିକୋଣରୁ ଏକ ଅନୁପମ ଦୃଷ୍ଟାନ୍ତ ଦେଇଛନ୍ତି। ତେଵେ ଝିଅ ଜନ୍ମ ଦିନ ରେ ରକ୍ତଦାନ ସମୟରେ ଉପସ୍ଥିତ ଥିବା କିଛି ସ୍ବେଚ୍ଛାସେବୀ ୬ ୟୁନିଟ୍ ରକ୍ତଦାନ କରିଥିବା ବେଳେ ଡେଙ୍ଗୁ ଓ କେନ୍ସର୍ ରୋଗୀଙ୍କୁ ୨ ଥର ପ୍ଲେଟଲେଟ୍ ଦାନ କରିଛନ୍ତି କପ୍ତିପଦା ଅଞ୍ଚଳ ର ଜଣେ ଯୁବକ l ସେ ଏଭଳି ମାନବସେବା ମୂଳକ କାର୍ଯ୍ୟରେ ସଦା ଆଗୁଆ ଓ ବିଭିନ୍ନ ସମୟରେ ଆବଶ୍ୟକ ରୋଗୀଙ୍କୁ ରକ୍ତ ଯୋଗାଇ ଦେଇ ‘ରକ୍ତର ବନ୍ଧୁ’ ଭାବେ ପରିଚିତ ହୋଇଛନ୍ତି। ତାଙ୍କ ଏହି ମାନବିକ ପଦକ୍ଷେପ ଅଞ୍ଚଳରେ ପ୍ରଶଂସାର ସୃଷ୍ଟି କରିଛି। ସେ ବାର୍ତ୍ତା ଦେଇଛନ୍ତି — “ଆମେ ଯଦି ଅନ୍ୟମାନଙ୍କ ବିପଦ ସମୟରେ ରକ୍ତଦାନ କରି ଜୀବନ ବଞ୍ଚାଇପାରିବୁ, ସେଇ ହେଉଛି ସତ୍ୟ ମାନବିକତା।”
ଝିଅର ଜନ୍ମଦିନ ଅବସରରେ ରକ୍ତଦାନ କଲେ ବାପା
By Charcha News











