by- ଦେବେନ୍ଦ୍ର ପୋଡ଼ -DT-29-2026 ::
DT-29-2026 :: ଶ୍ରୀରାମ ନବମୀ ଉପଲକ୍ଷେ ବାହାରିଥିବା ଶୋଭାଯାତ୍ରାରେ ଟିଟିଲାଗଡ ବିଧାୟକ ନବୀନ ଜୈନ ବନ୍ଧୁକ କାଢ଼ି ଉପରକୁ ଫାଙ୍କା ଗୁଳି ଚାଳନା କରିଥିବା ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି । ପ୍ରାପ୍ତ ସୂଚନା ଅନୁଯାୟୀ ରାଧାକୃଷ୍ଣ ମନ୍ଦିରରୁ ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ରାମଭକ୍ତଙ୍କ ଏକ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରାରେ ଟିଟିଲାଗଡ ବିଧାୟକ ନବୀନ ଜୈନ ମଧ୍ୟ ସାମିଲ ହୋଇଥିଲେ । ତେବେ ଶାସ୍ତ୍ରୀଛକ ଓ ବ୍ୟାଙ୍କଛକ ଠାରେ ଦୁଇଥର ଫାଙ୍କା ଗୁଳି ଚାଳନା କରିଥିଲେ ବୋଲି ଲୋକେ କହୁଛନ୍ତି ତଥା ଗୁଳି ଚାଳନା ପରେ ନିଜ ଅଣ୍ଟାରେ ବନ୍ଧୁକ ରଖିଥିବା ଜଣାପଡିଛି । ତେବେ ବନ୍ଧୁକ ଅସଲି କି ନକଲି ଜଣା ପଡି ନଥିବାବେଳେ ଜନ ଗହଳି ସ୍ଥାନରେ ତଥା ଶୋଭାଯାତ୍ରାରେ ଫାଙ୍କା ଗୁଳି ଚାଳନା ଭିଡିଓ ବର୍ତ୍ତମାନ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । ଏଥର ଟିଟିଲାଗଡ ବିଧାୟକ ନବୀନ ଜୈନ ବନ୍ଧୁକରୁ ଉପରକୁ ଫାଙ୍କା ଗୁଳି ଚାଳନା କରି ଏବେ ଚର୍ଚ୍ଚାରେ ରହିଛନ୍ତି । ଏହି ଘଟଣାକୁ ନେଇ ପୋଲିସ ତଦନ୍ତ କରି ପିଏସଓ କୁ ସସପେଣ୍ଡ କରିଛନ୍ତି ବୋଲି ବଲାଙ୍ଗିର ଏସପି ସୂଚନ ଦେଇଛନ୍ତି ।
ଚର୍ଚ୍ଚା ନିଉଜ












