ରାୟଗଡ଼ା Aug 8
ରବିନ୍ଦ୍ର ନାଥ ମହାପାତ୍ର
ରାୟଗଡ଼ ଜିଲ୍ଲା ପଦ୍ମପୁର ବ୍ଳକ୍ ଅଧିନସ୍ଥ ସରକାରୀ ପ୍ରାଥମିକ ବିଦ୍ୟାଳୟ ଉପର ଜୁମୁରୁଗୁଡ଼ାଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭୁବନାନନ୍ଦ ଖାଡ଼ଙ୍ଗାଙ୍କ ଆବାହକତ୍ଵରେ ରାଜ୍ୟ ଗଣଶିକ୍ଷା ବିଭାଗଙ୍କ ନିର୍ଦ୍ଦେଶ କ୍ରମେ ୦୬ ରୁ ୧୮ ବର୍ଷ ପିଲାଙ୍କୁ ବିଦ୍ୟାଳୟ ଅଭିମୁଖି କରାଇବା ବିଶେଷକରି ଅଧାରୁ ପାଠ ପଢ଼ା ଛାଡ଼ି ଥିବା ପିଲାଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ହିତାଧିକାରୀ କାର୍ଯ୍ୟକ୍ରମରେ ସାମିଲ କରିବା ନିମନ୍ତେ ‘ଆସ ଆମେ ସ୍କୁଲ ଯିବା ‘କମିଟି ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା କର୍ମ କର୍ତ୍ତାଙ୍କ ମତାମତ ନେଇ ଏକ ବିଦ୍ୟାଳୟ ସ୍ତରୀୟ କମିଟି ଗଠନ କରାଯାଇଥିଲା । ଉକ୍ତ ୭ ଜଣିଆ କମିଟିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହ ପୂର୍ବତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର କର , ବିଦ୍ୟାଳୟ ପରିଚାଳନା କମିଟି ସଭାପତି ହରିକୃଷ୍ଣ ରାମନାଥ ଶବର, ଅଙ୍ଗନଓ୍ଵାଡ଼ି ଶିକ୍ଷୟିତ୍ରୀ ପ୍ରମିଳା ପାଢ଼ୀ, ଆଶାକର୍ମି ମଞ୍ଜୁଳା ପଣ୍ଡା , ଜୁର ସାହୁ, ପ୍ରଶାନ୍ତ ସାହୁ ପ୍ରମୁଖଙ୍କୁ ଚୟନ କରାଯାଇଥିଲା । ଉକ୍ତ କମିଟିର ସଦସ୍ୟଙ୍କ ସହ ବିଦ୍ୟାଳୟର ସମସ୍ତ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଭିଭାବକ ସହଯୋଗ କଲେ ସରକାରଙ୍କ ବାସ୍ତବ ଉଦ୍ଦେଶ୍ୟ ଫଳପ୍ରଦ ହେବ ବୋଲି ପ୍ରଧାନ ଶିକ୍ଷକ ମତ ପୋଷଣ କରିଥିଲେ । ତତ୍ପରେ ଦିବା ୨:୩୦ ମିନିଟରେ ସମସ୍ତ ଛାତ୍ରଛାତ୍ରୀ କମିଟିର ସଦସ୍ୟଙ୍କ ସହ ବିଦ୍ୟାଳୟର ସହକାରୀ ଶିକ୍ଷକ ହୃଷିକେଶ ପରିଡ଼ାଲା, ଆର୍. ଆରତୀ, ବନିତା ନାୟକ ,ରେଣୁବାଳା ନାୟକ ପ୍ରମୁଖ ଶିକ୍ଷୟିତ୍ରୀ ପିଲାମାନଙ୍କୁ ନେଇ ଗ୍ରାମ୍ୟ ପରିକ୍ରମା କରି ‘ଆସ ଆମେ ସ୍କୁଲ ଯିବା ‘ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜନସାଧାରଣଙ୍କୁ ବୁଝାଇ ସମସ୍ତ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟର ଶିକ୍ଷା ସ୍ରୋତରେ ସାମିଲ ହେବାକୁ ବୁଝାଇଥିଲେ । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପଦକ୍ଷେପକୁ ଅଭିଭାବକମାନେ ସାଧୁବାଦ ଜଣାଇଥିଲେ ।
ଡ୍ରପ୍ ଆଉଟ୍ ‘ରୋକିବା ନିମନ୍ତେ ସରକାରୀ ପ୍ରାଥମିକ ବିଦ୍ୟାଳୟ ଉପର ଜୁମୁରୁଗୁଡ଼ା ତରଫରୁ ‘ଆସ ସ୍କୁଲ ଯିବା ‘ ଅଭିଯାନ ।
By Charcha News












