ପଶ୍ଚିମବଙ୍ଗ ସମେତ ପାଞ୍ଚଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ତାମିଲନାଡୁର ୨୩୪ ବିଧାନସଭା ଆସନ ପାଇଁ ଭୋଟ୍ ଗଣତି ଜାରି ରହିଛି
BY-SUBHASMITA-DT-4.4.2026
ପଶ୍ଚିମବଙ୍ଗ ସମେତ ପାଞ୍ଚଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ତାମିଲନାଡୁର ୨୩୪ ବିଧାନସଭା ଆସନ ପାଇଁ ଭୋଟ୍ ଗଣତି ଜାରି ରହିଛି। ପ୍ରାରମ୍ଭିକ ଧାରା ଅନୁସାରେ ରାଜ୍ୟରେ ଟିଭିକେ ସୁନାମି ସୃଷ୍ଟି କରିଛି। ଟିଭିକେ ୧୦୪ ଆସନରେ ଆଗୁଆ ରହିଛି । ସେହିପରି ଏଆଇଏଡିଏମ୍କେ ୬୮ ଟି ଆସନରେ ଏବଂ ଡିଏମ୍କେ ୫୫ ଟି ଆସନରେ ଆଗୁଆ ରହିଛନ୍ତି। ରାଜ୍ୟରେ ସରକାର ଗଠନ ପାଇଁ ବିଧାନସଭାରେ ୧୧୮ କୁହୁକ ସଂଖ୍ୟା ରହିଛି । ସେପଟେ ତାମିଲନାଡୁ ବିଧାନସଭା ନିର୍ବାଚନ ଫଳାଫଳ ଟ୍ରେଣ୍ଡରେ ବିଜୟଙ୍କ ଦଳ ଟିଭିକେ ୧୦୦ ଅଙ୍କ ଅତିକ୍ରମ କରି ବହୁମତ ନିକଟତର ହୋଇଛି । ଏଗୁଡ଼ିକ କେବଳ ଟ୍ରେଣ୍ଡ; ନିର୍ବାଚନ କମିଶନ ସରକାରୀ ସଂଖ୍ୟା ପ୍ରକାଶ କରିନାହାଁନ୍ତି ।
ଚର୍ଚ୍ଚା news












