ଦୟନୀୟ ଅବସ୍ଥାରେ ସ୍ତ୍ରୀ ଦୁଇ ନାବାଳକ ପିଲା ବୃଦ୍ଧ ବାପା ମାଆ
BY-Ghasiram Behera
ଥମିବାର ନାମ ନେଉନି ଦାଦନ ଦୁଃଖ l ପୁଅ ହୋଇ ପୁଅର ଦାୟୀତ୍ୱ ତୁଲାଇବା ପାଇଁ ଯାଇ ଜୀବନ ହାରୁଛନ୍ତି ନିରୀହ ଯୁବକ l ହେଲେ ସରୁନି ଦାଦନ ଦୁଃଖ l ଦାଦନ ଦୁଃଖ ଦୂର କରିବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆହୁରି କେତେ ବାପା ମାଆ ପୁଅ ହରାଇବା ସହ ଅସହାୟ ସ୍ତ୍ରୀ ସ୍ୱାମୀ ହରାଇ ବିଧବା ସାଜିବା ସହ ଛୁଆ ପିଲା ବାପାକୁ ହରାଇ ବାପା ଛେଉଣ୍ଡ ହେଲା ପରେ ସରକାର ବିଚାରକୁ ନେବେ ବୋଲି ଆଲୋଚନା ହେଉଛି l ଆଉ ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅଧୀନ ସାନମୁଣ୍ଢାବଣି ପଞ୍ଚାୟତ ଅଞ୍ଚଳରେ l ଏହି ଗ୍ରାମର ଜନୈକ ଯୁବକ ହାଇଦ୍ରାବାଦକୁ ଶ୍ରମିକ ଭାବେ କାମ କରିବାକୁ ଯାଇଥିବା ବେଳେ ମଙ୍ଗଳବାର ସେଠାରେ ଥିବା ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ ସାନମୁଣ୍ଢାବଣି ଗ୍ରାମର ହାଡ଼ିବନ୍ଧୁ ଦେଓଙ୍କ ପୁଅ ନଳିନୀ ଦେଓ(୪୦) ଚଳିତବର୍ଷ ଫେବୃଆରୀ ୧୦ତାରିଖ ପରିବାର ଭରଣପୋଷଣ ପାଇଁ ରୋଜଗାର ଆଶାରେ ବାହାର ରାଜ୍ୟ ହାଇଦ୍ରାବାଦକୁ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ। ତେବେ ସେଠାକାର ଏକ ସଂସ୍ଥାରେ ରୋଷେୟା ଭାବେ କାମ କରୁଥିବା ବେଳେ ମଙ୍ଗଳବାର ନଳିନ ହଠାତ ଅସୁସ୍ଥ ହେବାରୁ ତାଙ୍କୁ ଅନ୍ୟ ସାଥୀମାନେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।ଏହି ଖବର ପ୍ରଚାରିତ ହେବା ପରେ ତାଙ୍କ ପରିବାର ସମେତ ଗାଁରେ ଶୋକର ଛାୟା ଖେଳିଯାଇଛି।ତେବେ ନଳୀନଙ୍କ ଅନ୍ତେ ତାଙ୍କର ଗୋଟିଏ ୯ବର୍ଷର ପୁଅ ଏବଂ ୪ବର୍ଷର ଝିଅ ନିଜ ବାପାଙ୍କୁ ହରାଇଥିବା ବେଳେ ସ୍ବାମୀଙ୍କୁ ହରାଇବା ଦୁଃଖରେ ସ୍ତ୍ରୀ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡିଛନ୍ତି। ଏହି ଗରିବ ଅସହାୟ ପରିବାରକୁ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଅନ୍ୟପଟେ ଜିଲ୍ଲାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହାର ଦିନକୁଦିନ ବୃଦ୍ଧି ପାଉଥିବା ବେଳେ ଶ୍ରମବିଭାଗ ପକ୍ଷରୁ ସଚେତନତା ମୂଳକ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି। ଏହା ବ୍ୟତୀତ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଏହି ଅସହାୟ ପାରିବାରକୁ ସରକାରୀ ଆର୍ଥିକ ସାହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ଲ
ଚର୍ଚ୍ଚା news












