ରାୟଗଡା ରେଳଷ୍ଟସନରୁ ସ୍ବତନ୍ତ୍ର ଟ୍ରେନ ଯୋଗେ ଦକ୍ଷିଣ ଭାରତର ଅଯୋଧ୍ୟା ଓ ବାରଣାଶୀ ଭଳି ପ୍ରସିଦ୍ଧ ତୀର୍ଥ ସ୍ଥାନକୁ ଯାତ୍ରା କରିଛନ୍ତି ଦକ୍ଷିଣ ପଶ୍ଚିମ ଓଡିଶାର 6ଟି ଜିଲ୍ଲାର 775ଜଣ ବରିଷ୍ଠ ନାଗରିକ। ଏମାନଙ୍କ ସହ 25ଜଣ ଏସକୋଟ୍ ଜାତ୍ରା କରୁଛନ୍ତି। ତେବେ ଏହି ସ୍ବତନ୍ତ୍ର ଟ୍ରେନ୍ କୁ ଜିଲ୍ଲାପାଳ ଓ ରାୟଗଡା ବିଧାୟକ କାଡ୍ରାକା ଆପଳାସ୍ୱାମୀ ସବୁଜ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ଦଶମ ଥର ପାଇଁ ତୀର୍ଥଯାତ୍ରୀ ମାନେ ବିଭିନ୍ନ ପର୍ଯ୍ଯାୟରେ ଏହି ଯାତ୍ରା କରୁଛନ୍ତି। ଏହି ତୀର୍ଥଯାତ୍ରାରେ ବରିଷ୍ଠ ନାଗରିକଙ୍କୁ ଉତ୍ସାହିତ କରିବା ତଥା ସେମାନଙ୍କ ଶୁଭକାମନା କରିଥିଲେ ମଞ୍ଚଆସିନ ଅତିଥି । ଯାହାକୁ ନେଇ ରେଳବାଇ ଆଇଆରସିଟିସି ଓ ପର୍ଯ୍ୟଟନ ବିଭାଗର ମିଳିତ ଆନୁକୁଲ୍ଯରେ ରାୟଗଡା ଜିଲ୍ଲା ପ୍ରଶାସନ ସହଯୋଗ ରେ ତୀର୍ଥଯାତ୍ରୀ ଙ୍କ ପାଇଁ ସମସ୍ତ ବ୍ଯବସ୍ଥା ଉପଲବ୍ଧ କରାଯାଇଛି। ତେବେ ଏହି ତୀର୍ଥଯାତ୍ରାରେ ରାୟଗଡା ଜିଲ୍ଲାରୁ 118ଜଣ,କୋରାପୁଟ ରୁ 168,ନବରଙ୍ଗପୁର ରୁ 148,ମାଲକାନଗିରି ରୁ75,ନୂଆପଡ଼ାରୁ 74 ଓ କଳାହାଣ୍ଡି ଜିଲ୍ଲାରୁ 192ଜଣ ବରିଷ୍ଠ ନାଗରିକ ତୀର୍ଥସ୍ଥଳ ଭ୍ରମଣ କରି ଆସନ୍ତା 20ତାରିଖ ଦିନ ଫେରିବେ। ତେବେ ଏନେଇ ବରିଷ୍ଠ ନାଗରିକ ମାନେ ବେଶ ଖୁସି ଥିବା କହିଛନ୍ତି।
।
ଦକ୍ଷିଣ ଭାରତର ଅଯୋଧ୍ୟା ଓ ବାରଣାଶୀ ଭଳି ପ୍ରସିଦ୍ଧ ତୀର୍ଥ ସ୍ଥାନକୁ ଯାତ୍ରା କରିଛନ୍ତି ବରିଷ୍ଠ ନାଗରିକ
By Charcha News












