ମାଲକାନଗିରି,୦୫/୦୮ (ରିପୋର୍ଟ, ମାନସ ନେତାମ, ଚର୍ଚ୍ଚା ନ୍ୟୁଜ ):- ମାଲକାନଗିରି ଜିଲ୍ଲା ସଦରମହକୁମା ବାଲିମେଳା ଛକ ଠାରେ ଆଜି ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ କରକମଳରେ ଟ୍ରାଫିକ ନିୟନ୍ତ୍ରଣ ଲାଇଟ୍ ର ଶୁଭାରମ୍ଭ ହୋଇଯାଇଛି। ମାଲକାନଗିରି ଜିଲ୍ଲା ଓଡ଼ିଶାର ସୀମା ବର୍ତ୍ତି ଜିଲ୍ଲା ହୋଇଥିବା କାରଣରୁ । ପଡ଼ୋଶୀ ରାଜ୍ୟ ଛତିଶଗଡ଼, ଆନ୍ଧ୍ର ଏବଂ ତେଲେଙ୍ଗାନାକୁ ୩୨୬ ନମ୍ବର ଜାତୀୟ ରାଜପଥ ସଂଯୋଗ କରୁଛି। ଯେଉଁଥିପାଇଁ ସଦାସର୍ବଦା ଏହି ରାଜ ରାସ୍ତାରେ ଭାରିଜାନ ଯାତାୟାତ କରିବା ସହିତ ଟ୍ରାଫିକ ସମସ୍ୟା ଉପୁଜୁଥିବା ଦେଖିବାକୁ ମିଳିଥାଏ। ବିଭିନ୍ନ ସମୟରେ ସଡ଼କ ଦୁର୍ଘଟଣା ମଧ୍ୟ ଦେଖିବାକୁ ମିଳିଥାଏ। ଟ୍ରାଫିକ ସମସ୍ୟାକୁ ନଜିର ରଖି ବିଭିନ୍ନ ମହଲରୁ ବାରମ୍ବାର ଦାବି ହେବା ପରେ, ମାଲକାନଗିରି ପୈାରପରିଷଦ ପକ୍ଷରୁ ସାତ ଲକ୍ଷ ପଚାଶ ହଜାର ଟଙ୍କା ବ୍ୟୟ ବରାଦ ରେ ଟ୍ରାଫିକ ଲାଇଟ୍ ଲଗାଇଛନ୍ତି। ଏହି ଲାଇଟ୍ ଲଗାଇବା ପାଇଁ ପୈାରପରିଷଦ ମାଲକାନଗିରି ପକ୍ଷରୁ ଜି.ଏମ ଟେଣ୍ଡରକୁ କାର୍ଯ୍ୟଭାର ପ୍ରଦାନ କରିଥିଲେ। ପୈାରପରିଷଦ ମାଲକାନଗିରି ପକ୍ଷରୁ ଏଥି ପୂର୍ବେ ଡିଏନକେ ଛକ ଠାରେ ଟ୍ରାଫିକ ଲାଇଟ୍ ଲଗାଇଥିଲେ। ତେବେ ଆଗକୁ ଛତିଶଗଡ଼ କୁ ସଂଯୋଗ କରିଥିବା କେନାଲ ଛକ ଏବଂ ମୁଖ୍ୟ ଚିକିତ୍ସାଳୟ ଛକ ଠାରେ ମଧ୍ୟ ଟ୍ରାଫିକ ନିୟନ୍ତ୍ରଣ ଲାଇଟ୍ ଲଗାଇବା ପାଇଁ ଲକ୍ଷ ରଖିଛି ପୈାରପରିଷଦ ମାଲକାନଗିରି। ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ମାଲକାନଗିରି ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ନରେଶ ଚନ୍ଦ୍ର ଶବର,ପୈାରପରିଷଦ ଅଧ୍ୟକ୍ଷ ମନୋଜ୍ କୁମାର ବାରିକ୍, ଉପାଧ୍ୟକ୍ଷ କବିତା ମହନ୍ତ, ପୈାର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜିବ ଲୋଚନ ନାୟକ, ସମେତ ସମସ୍ତ ଓ୍ବର୍ଡ ର ସଭ୍ୟ ସଭ୍ୟ ଉପସ୍ଥିତ ଥିଲେ।
ଦୁର୍ଘଟଣା ରୋକିବାକୁ, ଲାଗିଲା ଟ୍ରାଫିକ ନିୟନ୍ତ୍ରଣ ଲାଇଟ୍।
By Charcha News












