ଓଡ଼ିଶା ରାଜନୀତିରେ ପୁଣି ଥରେ ଏକ ବଡ଼ ରାଜନୈତିକ ଘଟଣା ସାମ୍ନାକୁ ଆସିଛି। ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିବା ଦେବାଶିଷ ସାମନ୍ତରାୟଙ୍କୁ ବିଜେପି ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ନିଜର ପ୍ରାର୍ଥୀ ଭାବେ ଘୋଷଣା କରିଛି।
Debashish Samantarayଙ୍କ ନାମକୁ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ଅନୁମୋଦନ କରିଥିବା ବେଳେ ଦଳ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରାର୍ଥୀ ଘୋଷଣା କରାଯାଇଛି।
ଗତ କିଛି ଦିନ ତଳେ ଦେବାଶିଷ ସାମନ୍ତରାୟ ବିଜେଡିର ପ୍ରାଥମିକ ସଦସ୍ୟତା ସହ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ସେ ବିଜେପିରେ ଯୋଗ ଦେଇଥିଲେ। ତେବେ ତାଙ୍କର ଏହି ରାଜନୈତିକ ପଦକ୍ଷେପ ପଛରେ ବଡ଼ ଦାୟିତ୍ୱ ମିଳିବ ବୋଲି ଚର୍ଚ୍ଚା ହେଉଥିଲା, ଆଉ ସେହି ଚର୍ଚ୍ଚା ଏବେ ସତ୍ୟ ପ୍ରମାଣିତ ହୋଇଛି।
ଓଡ଼ିଶାରେ ସଂଖ୍ୟା ଦୃଷ୍ଟିରୁ ବିଜେପିର ସ୍ଥିତି ମଜବୁତ ଥିବାରୁ ଦେବାଶିଷ ସାମନ୍ତରାୟଙ୍କର ବିଜେପି ଟିକେଟ୍ରେ ପୁଣି ଥରେ ରାଜ୍ୟସଭାକୁ ନିର୍ବାଚିତ ହେବା ପ୍ରାୟ ନିଶ୍ଚିତ ବୋଲି କୁହାଯାଉଛି।
ତେବେ ବିଜେଡିରୁ ବିଜେପିକୁ ଦେବାଶିଷଙ୍କ ଏହି ଯାତ୍ରା ଓ ରାଜ୍ୟସଭା ପ୍ରାର୍ଥୀ ଭାବେ ତାଙ୍କର ମନୋନୟନ ଓଡ଼ିଶା ରାଜନୀତିରେ କେଉଁ ନୂଆ ସମୀକରଣ ସୃଷ୍ଟି କରିବ? ଆପଣଙ୍କ ମତାମତ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାନ୍ତୁ।
ଦେବାଶିଷ ସାମନ୍ତରାୟଙ୍କୁ ବିଜେପି ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ନିଜର ପ୍ରାର୍ଥୀ ଭାବେ ଘୋଷଣା କରିଛି
By Charcha News











