ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା l ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସହର ନଟବର କଲୋନୀ ରାସ୍ତାରୁ ଗୋଟିଏ ନବଜାତ ଶିଶୁ କନ୍ୟା ର କ୍ଷତାକ୍ତ ମୃତଦେହ ଉଧାର ହୋଇଛି l ସହର ର ବିଇଓ ଅଫିସ ପାଖ ବୁଦାରୁ ମୃତଦେହ ଟିକୁ ଧରି କୁକୁର ଯାଉଥିବା ଲୋକେ ଦେଖିଥିଲେ l କୁକୁର ଟି ରାସ୍ତା ଉପରେ ରଖି କୁକୁର ଝୁଣି ଖାଉଥିବା ଦେଖି ଲୋକେ ପାଟି କରିବାରୁ ଶିଶୁ କନ୍ୟା ର ମୃତଦେହ କୁ ଛାଡି କୁକୁର ଚାଲିଯାଇଥିବା ବେଳେ ମୃତ ଶିଶୁ ର କୌଣସି ପରିଚୟ ମିଳିପାରନାହଁ l ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ସରକାର ବେଟି ବଚାଓ ନାରାଦେଇ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ସତ୍ୱେ ଶିଶୁ କନ୍ୟା ର ମୃତଦେହ ପୁଣି ଠାବ ହେବା ଘଟଣା ଯୋଜନା ର କାର୍ଯ୍ୟକାରିତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି l
ନବଜାତ ଶିଶୁ କନ୍ୟାର ମୃତଦେହ ଉଧାର, କୁକୁର ଝୁଣି ଖାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି
By Charcha NewsUpdated:












