ନବ ବିବାହିତ ମହିଳାଙ୍କ ସନ୍ଧେହଜନକ ମୃତ୍ୟୁ। ଏପରି ଘଟଣା ଶେସଖାଲ ଥାନା ଅନ୍ତର୍ଗତ ପିତାମହଲ ଗ୍ରାମରେ ଦେଖିବାକୁ ମିଳିଛି। ମୃତ ମହିଳା ଜଣକ ହେଲେ ୧୮ବର୍ଷିୟ ସୁପ୍ରୀୟା ବାଗସିଂ। ଗତ ୬ମାସ ତଳେ ପିତାମହଲ ଗ୍ରାମର ବୃନ୍ଦାବନ ଦଣ୍ଡସେନାଙ୍କୁ ସୁପ୍ରୀୟା ପ୍ରେମ ବିବାହ କରିଥିଲେ। ମୃତ ସୁପ୍ରୀୟା ଆମ୍ବଦଳା ଥାନା ପାଇକ ସାହିର ବୋଲି ଜଣାପଡିଛି। ତେବେ ସୁପ୍ରିୟା ମୃତ୍ୟୁବରଣ ଖବର ମାଁ ଘର୍ ଲୋକେ ଜାଣିବା ପରେ ଏହା ଏକ ହତ୍ୟା କାଣ୍ଡ ବୋଲି ଅଭିଯୋଗ କରିଛନ୍ତି।ଯେତେ ବେଳେ ଶାଶୁ ଘର ଲୋକେ ମାଁ ପ୍ରଭାତି ବାଗସିଂଙ୍କୁ ଫୋନ କରି ଖବର ଦେଇଥିଲେ। ସୁପ୍ରୀୟା ପରିବାର ଲୋକେ ଘଟଣା ସ୍ଥଳରେ ପଂହଁଚିବା ପରେ ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ଝିଅକୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ ହୋଇଥିଲା।।ସୁପ୍ରୀୟା ର ବେକରେ କଳା ଦାଗ ଲାଗିଥିବା ଯୋଗୁଁ ପରିବାର ଲୋକେ ଝିଅ କୁ ହତ୍ଯା କରିଥିବା ସନ୍ଦେହ କରିଥିଲେ। ତେବେ ଜ୍ବାଇଁ ବୃନ୍ଦାବନ ହିଁ ଝିଅକୁ ହତ୍ଯା କରିଛି ବୋଲି ଶେସଖାଲ ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଏନେଇ ଶେଷଖାଲ ପୁଲିସ ଏବଂ ମାଜିଷ୍ଟେଟ ସୀମାନ୍ତ କୁମାର ସାହୁଙ୍କ ଉପସ୍ଥିତ ରେ ତଦନ୍ତ ଆରମ୍ଭ କରିବା ସହ ସ୍ବାମୀ ବୃନ୍ଦାବନ ଦଣ୍ଡସେନାକୁ ଅଟକ ରଖି ପଚରାଉଚରା କରୁଛି ।
ଚର୍ଚ୍ଚା news












