ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦକୁ କେନ୍ଦ୍ର କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି । ଆସନ୍ତା ୬ ତାରିଖରେ ନୂଆଦିଲ୍ଲୀର ଜନ୍ତରମନ୍ତରଠାରେ ଏକ ବଡ଼ ଧରଣର ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆଯିବ । ସୋସିଆଲ ମିଡିଆ ସେନସେସନ କକରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆମେରିକାରୁ ଭାରତ ଫେରିବା ପରେ ଏହି ଆନ୍ଦୋଳନର ନେତୃତ୍ୱ ନେବେ ।
ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦକୁ କେନ୍ଦ୍ର କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି । ଆସନ୍ତା ୬ ତାରିଖରେ ନୂଆଦିଲ୍ଲୀର ଜନ୍ତରମନ୍ତରଠାରେ ଏକ ବଡ଼ ଧରଣର ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆଯିବ । ସୋସିଆଲ ମିଡିଆ ସେନସେସନ କକରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆମେରିକାରୁ ଭାରତ ଫେରିବା ପରେ ଏହି ଆନ୍ଦୋଳନର ନେତୃତ୍ୱ ନେବେ । ଅଭିଜିତ କହିଛନ୍ତି ଯେ, ସେ ଦେଶର ଜନସାଧାରଣ ଓ ବିଶେଷ କରି ଯୁବପିଢ଼ିଙ୍କ ସମର୍ଥନ ଉପରେ ସମ୍ପୂର୍ଣ୍ଣ ଭରସା ରଖିଛନ୍ତି । ନୀଟ୍ ପେପର ଲିକ୍, ସିୟୁଇଟି ଏବଂ ସିବିଏସଇ ପରୀକ୍ଷା ପରିଚାଳନାରେ ହୋଇଥିବା ବିଭ୍ରାଟ ଯୋଗୁଁ ଯୁବ ସମାଜ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ଏହି ଆନ୍ଦୋଳନକୁ ଆହୁରି ଜୋରଦାର କରିବା ପାଇଁ ପ୍ରସିଦ୍ଧ ଜଳବାୟୁ ସଂଗ୍ରାମୀ ତଥା ଶିକ୍ଷା ସଂସ୍କାରକ ସୋନମ ୱାଙ୍ଗଚୁକ ମଧ୍ୟ ଜୁନ୍ ୬ରେ ଦିଲ୍ଲୀରେ ପହଞ୍ଚି ଅଭିଜିତଙ୍କ ସହ ଏହି ପ୍ରତିବାଦରେ ସାମିଲ ହେବେ ବୋଲି ସ୍ପଷ୍ଟ କରିଛନ୍ତି । ଅଭିଜିତ ଦୀପକେ କହିଛନ୍ତି, ଯଦି ପୋଲିସ ତାଙ୍କୁ ଗିରଫ କରେ, ତେବେ ସେଥିପାଇଁ ମଧ୍ୟ ସେ ନିଜକୁ ପ୍ରସ୍ତୁତ ରଖିଛନ୍ତି । ସୋନମ ୱାଙ୍ଗଚୁକ ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି ଯେ, ସେ ପ୍ରଥମେ ଏହି କକରୋଚ୍ ଜନତା ପାର୍ଟି ପଛରେ କୌଣସି ବିଦେଶୀ ଶକ୍ତିର ହାତ ଅଛି କି ନାହିଁ ସେ ନେଇ ସନ୍ଦେହ ପ୍ରକାଶ କରିଥିଲେ । ମାତ୍ର ଅଭିଜିତ ତାଙ୍କ ସହ ସମ୍ପର୍କ କରି ସଂଗଠନର ସମସ୍ତ ତଥ୍ୟ ଓ ଆଭିମୁଖ୍ୟ ଉପସ୍ଥାପନ କରିବା ପରେ, ସେ ଅତ୍ୟନ୍ତ ପ୍ରଭାବିତ ହୋଇଛନ୍ତି । ସେ ଜୁନ୍ ୬ରେ ଦିଲ୍ଲୀ ଯାଇ ଜନ୍ତରମନ୍ତରରେ ସମସ୍ତ ଯୁବ ସମର୍ଥକଙ୍କ ସହ ଧାରଣାରେ ବସିବେ ।
ଚର୍ଚ୍ଚା news











