rabundra nath mohapatro
Place – Rayagada
ନିୟମଗିରିରେ ରାୟଗଡ଼ା ଜିଲାପାଳ। ଲୋକଙ୍କ ଗୁହାରି ଶୁଣିଲେ ଶୀଘ୍ର ପୂରଣ ହେବ ପ୍ରତିଶୃତି ଦେଲେ। ଆଜି ରାୟଗଡ଼ା ଜିଲାପାଳ ଆସୁତୋଷ କୁଲକର୍ଣୀ କଲ୍ୟାଣସିଂହପୁର ବ୍ଲକ୍ ଗସ୍ତରେ ଯାଇ ଲୋକଙ୍କ ସହିତ ଆଲୋଚନା କରିଛନ୍ତି, ସବୁଠାରୁ ଉପାନ୍ତ ନିୟମଗିରି ପାହାଡ଼ ଅଞ୍ଚଳ ପାରସାଲି ପଞ୍ଚାୟତ ଫାକେରୁ, ଦେଙ୍ଗଲିଲି, ନିରୁଗୁଣ୍ଡି ଓ ସୁନାଖଣ୍ଡି ପଞ୍ଚାୟତ କାଡ୍ରାକାବଣ୍ଡେଲି ଗାଁକୁ ଯାଇଥିଲେ ସେଠାକାର ପରିବେଶ ଦେଖିବା ସହିତ ପିଏମ ଜନମନ ଯୋଜନାରେ ଅନ୍ତର୍ଭୁକ୍ତ ଆବାସ ଗୃହ ନିର୍ମାଣ ସମ୍ପର୍କରେ ଆଲୋଚନା କରିଥିଲେ। ନିୟମଗିରି ପାହାଡ଼ ଅଞ୍ଚଳ ରେ ବିଦ୍ୟୁତ କରଣ ହୋଇପାରିନାହିଁ ସେଥିପ୍ରତି ଦୃଷ୍ଟି ଦେବେ ସହିତ ଅଞ୍ଚଳରେ ସପୁରୀ ଚାଷୀ ଭଲ ହୁଏ, ଏହା ଅଧିକରୁ ଅଧିକ ଅମଳ ହେବା ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି। ସେପରି ନିୟମଗିରି ଅଭିମୁଖେ ଯିବାବେଳେ ଘାଗୁଡ଼ିମାଳ ଗାଁ ବସୀ ବାଟ ଅଟକାଇ ଥିଲେ ଓ ଗାଁକୁ ରାସ୍ତା ନଥିବା କହିବା ସହିତ ବାରମ୍ବାର ଦାବୀ ସତେ କେହି ଶୁଣୁନାହାନ୍ତି ବାଲି ଅଭିଯୋଗ କରିଥିଲା, ସମସ୍ୟା ସମାଧାନ ହେବା ନେଇ ପ୍ରତିଶ୍ରୁତି ଜିଲ୍ଲାପାଳଙ୍କ ଠାରୁ ପାଇବା ପାରେ ରାସ୍ତାରୁ ହଟିଥିଲା।
ନିୟମଗିରିରେ ରାୟଗଡ଼ା ଜିଲାପାଳ, ଲୋକଙ୍କ ଗୁହାରି ଶୁଣିଲେ ଶୀଘ୍ର ପୂରଣ ହେବ ପ୍ରତିଶୃତି ଦେଲେ।
By Charcha News











