ନୀଳଗିରି – ( ରାଜୀବ କୁମାର ବେହେରା ) – ନୀଳଗିରି ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଅବୈଧ ଗୁଟୁକା ବିକ୍ରୟ ବିରୋଧରେ ଚଢ଼ାଉ ଚାଲିଛି। ମଙ୍ଗଳବାର ଦିନ ନୀଳଗିରି ବଜାର ଓ ପାଖପାଖି ଅଞ୍ଚଳରେ ଅନେକ ପାନ ଦୋକାନରେ ଚଢ଼ାଉ କରାଗଲା।
ଏହି ସମୟରେ ବିଭିନ୍ନ ଦୋକାନରୁ ଅଧିକ ପରିମାଣର ଗୁଟୁଖା ଓ ତମାକୁ ଉତ୍ପାଦ ଜବତ କରିଥିଲା ପୋଲିସ ଟିମ। ଅନେକ ଦୋକାନଦାରଙ୍କୁ ସଚେତନ କରାଯାଇଥିଲା ଯେ ଆଗାମୀ ଦିନରେ ଏପରି ବିକ୍ରୟ ହେଲେ ଆଇନ ଅନୁସାରେ କାଡା କାର୍ଯ୍ୟାନୁଷ୍ଠାନ ହେବ।
ନୀଳଗିରି ଥାନା ଅଧିକାରୀ କହିଥିଲେ — “ସ୍ୱାସ୍ଥ୍ୟ ନିୟମ ଅନୁଯାୟୀ ଗୁଟୁକା ବିକ୍ରୟ ନିଷିଦ୍ଧ। ଆମେ ନିୟମିତ ଭାବେ ଏପରି ଅଭିଯାନ ଚାଲୁ ରଖିବୁ।”
ସ୍ଥାନୀୟ ଲୋକ ଏହି ପଦକ୍ଷେପକୁ ସ୍ୱାଗତ କରି ଜଣାଇଛନ୍ତି — “ପୋଲିସ ଯେପରି ଏହି ଅଭିଯାନ ଆରମ୍ଭ କରିଛି, ତାହା ଯୁବ ପିଢ଼ି ପାଇଁ ଏକ ସକାରାତ୍ମକ ପଦକ୍ଷେପ।”











