ସାମ୍ବାଦିକ ରବୀନ୍ଦ୍ର ନାଥ ମହାପାତ୍ର
ରାୟଗଡ଼ା : ରାୟଗଡ଼ା ଜିଲ୍ଲା ପଦ୍ମପୁର ତ୍ରିବେଣୀ ଗ୍ରୁପ୍ ତରଫରୁ ନୂତନ ଜିଏନଏମ୍ କଲେଜ ର ଶୁଭ ଉଦଘାଟନ ସମାରୋହ ହୋଇଯାଇଛି।ଏହି କାର୍ଯ୍ୟକ୍ରମ କୁ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ମୁଖ୍ୟ ଚିକିତ୍ସା ଅଧିକାରୀ ଅଭୁଜା ରତ୍ନ ମୁଦୁଲି ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ।ଏହି ସମୟ ରେ କଲେଜ ର ସଭାପତି ସ୍ଵାଗତ ଶେଖର ଜେନା ଙ୍କ ସହ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ରହିଥିଲେ। ସେହିପରି ତ୍ରିବେଣୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ନବାଗତ ଛାତ୍ର ଛାତ୍ରୀ ଙ୍କୁ ସ୍ବାଗତ କରାଯାଇଥିଲା।ଏଥିରେ କଲେଜ ର ଦ୍ଵିତୀୟ ବର୍ଷ ର ଛାତ୍ର ଛାତ୍ରୀ ମାନେ ନବାଗତ ଙ୍କୁ ସ୍ଵାଗତ କରିଥିଲେ।ଏହି ଅବସରରେ କଲେଜ ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ସୋଇଥିଲା ଏଥିରେ କଲେଜ ସଭାପତି ଯୋଗ ଦେଇ ପିଲା ମାନଙ୍କୁ ଭଲ ପାଠା ପଡିବା ଶାଗ ଭଲ ମାର୍କ ରଖିବା କୁ ଅନୁରୋଧ କରିଥିଲେ।ସମସ୍ତ ଅତିଥି ମାନେ ଯୋଗ ଦେଇ ପିଲା ମାନଙ୍କୁ ଭଲ ପାଠ ପଢିବା ପାଇଁ କହିଥିଲେ।ପରେ ଏକ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରାତି ୭ଟା ପର୍ଯ୍ୟନ୍ତ ଚାଲିଥିଲା
ନୂତନ ଜିଏନଏମ୍ କଲେଜର ଶୁଭ ଉଦଘାଟନ
By Charcha News











