ସାମ୍ବାଦିକ ରବିନ୍ଦ୍ର ନାଥ ମହାପାତ୍ର
ରାୟଗଡ଼ା : ରାୟଗଡ଼ା ଜିଲ୍ଲା ପୋଲିସ ତରଫରୁ ଆଜି ପଦ୍ମପୁର ଆର ଜି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅପରାହ୍ନ ୩ଟାରେ ସାଇବର ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଅଶୋକ ଦାସ ଙ୍କ ସଭାପତିତ୍ଵ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ବିଡ଼ିଓ କୁରେଶ ଚନ୍ଦ୍ର ଜାନି, ଆଇ ଆଇ ସି ଧରଣୀ ଧର ପ୍ରଧାନ ଜିଲ୍ଲା ସାଇବର ଇନ୍ସପେକ୍ଟର ଅଭିଷେକ ରେଡ୍ଡୀ ଙ୍କ ସହ ୬ଜଣ ଆଇ ଏ ସ ଟ୍ରେନର ମଧ୍ୟ ଉପସ୍ଥିତି ରହି ଥିଲେ। ଏହି ୬ଜଣ ଆଇ ଏ ଏସ ଅଫିସର ଏବଂ ଅତିଥି ମାନେ ଛାତ୍ର ଛାତ୍ରୀ ମାନଙ୍କୁ ସମାଜ ରେ ବଢୁଥିବା ସାଇବର ଠକେଇ ର କାରଣ ଓ ନିରାକରଣ ଉପରେ ଆଲୋକପାତ କରିଥିଲେ।ଏହି ସଚେତନତା ସଭା ରେ ସମସ୍ତ କଲେଜ ଷ୍ଟାପ ଓ ପଦ୍ମପୁର ପୋଲିସ ଉପସ୍ଥିତି ରହିଥିଲେ











