ରାୟଗଡ଼ା
ରବିନ୍ଦ୍ର ନାଥ ମହାପାତ୍ର
ରାୟଗଡ଼ା ଜିଲ୍ଲା ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଆଜି ରବିବାର ୨୫ ବର୍ଷ ପୂର୍ତ୍ତି ଅବସରରେ ରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ସହ , ଚକ୍ଷୁ ପରୀକ୍ଷା ଗୋଷ୍ଠୀ କରାଯାଇଥିଲା।ପଦ୍ମପୁର ସ୍ବାସ୍ଥ୍ୟକେନ୍ଦ୍ର ଏକ ଡ଼ାକ୍ତରୀ ଟିମ୍ ଗଙ୍ଗମ୍ ର ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳ ହିଞ୍ଜିଳିକାଟୁ ଙ୍କ ମିଳିତ ଆନୁକୂଲ୍ୟରେ ଏକ ମାଗଣା ସ୍ବାସ୍ଥ୍ୟ ଓ ପରଳ ଚକ୍ଷୁ ପରୀକ୍ଷା ଶିବିର କାର୍ଯ୍ୟକ୍ରମ।ସକାଳ ୧୦ ରୁ ୨ପର୍ଯ୍ୟନ୍ତ। ଚାଲୁଥିଲା।୨୦୦ ରୋଗୀ ପଞ୍ଜୀକୃତ କରି ଚିକିତ୍ସିତ ହୋଇଥିଲେ।ଏହି ଶିବିରକୁ ଅତିରିକ୍ତ ତହସିଲଦାର ଶ୍ରୀଯୁକ୍ତ ସଞ୍ଜୟ ଦାସ ବାନାର୍ଜୀ ଉପସ୍ଥିତ ହୋଇ ଦ୍ବୀପପ୍ରଜ୍ବଳନ ସହ କାର୍ୟକ୍ରମ ର ଶୁଭ ଉଦଘାଟନ କରିଥିଲେ l ଏହା ସହିତ ଗୁଣୁପୁର ସଂକୁଳ ପ୍ରମୁଖ ଶ୍ରୀଯୁକ୍ତ ଜଗନ୍ନାଥ ପଟ୍ଟନାୟକ, ଡା. ଲାଡି ରାକେଶ, ଡା. ଅରୁଣ କୁମାର ମାନସିଂ, ସ୍କୁଲ ସମ୍ପାଦକ ସୁନୀଲ କୁମାର ମିଶ୍ର ଉପସ୍ଥିତ ଥିଲେ ଓ ସ୍କୁଲର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ରାଧାକୃଷ୍ଣ ସାହୁ ଶିବିରକୁ ପରିଚାଳନା କରିଥିଲେ ! ଏଥିରେ ମୋଟ ୧୦୬ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଗଲା ଏବଂ ୧୨୫ ଜଣ ଙ୍କର ଚକ୍ଷୁ ପରୀକ୍ଷା କରାଯାଇ ମୋଟ ୩୫ ଜଣ ଙ୍କୁ ପରଳ ବା ମୋତିଆବିନ୍ଦୁ ଚିହ୍ନଟ କରାଯାଇଥିଲା l ୨୫ ଜଣ ଙ୍କୁ ଅସ୍ତ୍ର ପଚାର ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ହସ୍ପିଟାଲ୍ କୁ ଯିବାର ବ୍ୟବସ୍ଥା କରାଯାଇଥିବା ବେଳେ ୧୯ ଜଣ ଙ୍କର ରେଟିନା ଚେକ ଅପ କରାଯାଇଥିଲା l କାର୍ଯ୍ୟକ୍ରମରେ ସମସ୍ତ ଚକ୍ଷୁ ରୋଗି,ହସ୍ପିଟାଲ ଷ୍ଟାଫ,ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁର ର ସମସ୍ତ ଗୁରୁଜୀ,ଗୁରୁମା,ପଦ୍ମପୁର ର ସମାଜସେବୀ,ସାମ୍ବାଦିକ ଭାଇ ଙ୍କ ସହ ଗ୍ରାମବାସୀ ମାନେ ସହଯୋଗ କରିଥିଲେ l ଉକ୍ତ ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ରେ ଶଙ୍କର ଚିକିତ୍ସାଳୟ ର ଡାକ୍ତରୀ ଟିମ୍ ଙ୍କ ସହ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡକ୍ଟର ଅରୁଣ କୁମାର ମାନସିଂ, ଡକ୍ଟର ଲାଡୀ ରାକେଶ, ଫାର୍ମାସିଷ୍ଟ ରଶ୍ମୀ ରଞ୍ଜନ ପାଢ଼ୀ, ଫାର୍ମାସିଷ୍ଟ ମୋନଜ କୁମାର ସୁବୁଦ୍ଧି, ସ୍ୱାସ୍ଥ୍ୟ କର୍ମୀ ଲଳିତା ଶବର, ଫାର୍ମାସିଷ୍ଟ ପ୍ରବୀଣ କୁମାର ପଣ୍ଡୁସାହୁ, ସ୍ୱାସ୍ଥ୍ୟକର୍ମୀ ସୁଜାତା ହୋତା, CHO ରଂଜିତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ୨୫ବର୍ଷ ପୂର୍ତ୍ତି ଅବସରରେ ଏକ ମାଗଣା ସ୍ୱାସ୍ଥ୍ୟ ଓ ପରଳ ଚକ୍ଷୁ ପରୀକ୍ଷା ଶିବିର
By Charcha News











