ସାମ୍ବାଦିକ ଦେବେନ୍ଦ୍ର ପୋଡ଼
ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ସମେତ ପାଟଣାଗଡ଼ ଓ ଟିଟିଲାଗଡ଼ ଠାରେ ମାହାସମାରୋହରେ ପାଳିତ ହୋଇଯାଇଛି ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ । ପାଟଣାଗଡ଼ ଠାରେ ପାଳିତ ହୋଇଛି ନନ୍ଦୋତ୍ସବ କାର୍ଯ୍ୟାକ୍ରମ । ଏଥିରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜ ବିଧାୟକ ଲକ୍ଷ୍ଣଣ ବାଣ ଯୋଗ ଦେଇଥିଲେ । ପାଟଣାଗଡ଼ର କଳା କାହ୍ନୁ ମନ୍ଦିର ଠାରେ ପୂଜାର୍ଚ୍ଚନା ପରେ ଶ୍ର୍ୟକୃଷ୍ଣ ଙ୍କୁ ଏକ ବିମାନରେ ବସାଇ ସହର ପରିକ୍ରମା କରିଥିଲେ । ଏଥିରେ ଯାଦବ ସମାଜର ଅନେକ କାର୍ଯ୍ୟାକର୍ତ୍ତା ଓ ଯାଦବ ଭାଇ ଭଉଣୀ ମାନେ ଯୋଗ ଦେଇ ଥିଲେ । ସମଲେଇ ମନ୍ଦିର ପହଞ୍ଚିବା ପରେ ସେଠାରେ ଯାଦବ ମାନଙ୍କ ପାରମ୍ପରିକ ଗଉଡ଼ ବାଡି ଖେଳ ପ୍ରଦର୍ଶନ କରିଥିଲେ
ପାଟଣାଗଡ଼ରେ ନନ୍ଦୋତ୍ସବ ପାଳନ ସହ ନଗର ପରିକ୍ରମା
By Charcha News











