BY-ରବିନ୍ଦ୍ର ନାଥ ମହାପାତ୍ର
ରାୟଗଡ଼ା :ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ହେଡ କ୍ୱାଟରରେ ଏବେ ପାଣି ସମସ୍ୟା।ଖରା ବଢିବା ସାଙ୍ଗ କୁ ଦେଖା ଦେଇଛି ଜଳ କଷ୍ଟ।ଠିକ୍ ସମୟରେ ଆସୁନି ପାଣି।ଫଳରେ ସାହି ସାହିରେ ଲୋକେ ରାସ୍ତା ରୋକ୍ କରିବା ସହ ହାଣ୍ଡି ମାଠିଆ ଧରି ପ୍ରତିବାଦ କରୁଛନ୍ତି।ଆଜି ଶୁକ୍ରବାର ପଦ୍ମପୁର ମୁଖ୍ୟ ରାସ୍ତାର ଶତାଧିକ ମହିଳା ମାନେ ହାଣ୍ଡି,ମାଠିଆ,ବାଲଟି ଧରି ଲୋକ ମାନେ ଆସି ପ୍ରତିବାଦ କରିଥିଲେ।ଶତାଧିକ ମହିଳା ଏବଂ ପୁରୁଷ ମାନେ ପାଣି ଯୋଗାଇବା ନିମନ୍ତେ ଦାବି କରିଥିଲେ।ଖବର ପାଇ ଘଟଣା ସ୍ଥଳରେ ବିଡ଼ିଓ କୁରେଶ୍ ଜାନି,କନିଷ୍ଠ ଯନ୍ତ୍ରୀ ଅଜୟ ମାଝି ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ।ପରେ ରାସ୍ତା ରୋକ୍ ହଟିଥିଲା।ଦୀର୍ଘ ୧୭ଦିନ ହେଲା ପାଣି ଆସୁନି।ଫଳରେ ପ୍ରଥମେ ନୂଆସାହି ,ପରେ ଇନ୍ଦିରା ନଗର ସାହି ଆଜି ମେଇନ୍ ରୋଡରେ ପାଣି ପାଇଁ ରାସ୍ତା ରୋକ୍ କରିଥିଲେ ମହିଳା ମାନେ। ଦୁଇ ସପ୍ତାହ ତଳେ ମୋଟର ପୋଡିଯାଇଥିଲା ପରେ ବୋର ୱେଲ ଗୁଡ଼ିକ ମାଟି ଅତଡା ପଶି ନଷ୍ଟ ହୋଇଥିଲା ।ଏହାକୁ ମରାମତି କରିବା ପରେ ପୁଣି ଥରେ ସମ୍ପୃକ୍ତ ବଡ଼ସାହି,ଗିରିଧାରୀ ସାହି, ସୌରା ସାହି,ହରିଜନ ସାହି ,ଇନ୍ଦିରା ନଗର ଓ ସାତଘରିଆ ସାହି ,ତଳସାହି, ଉପର ସାହି ବ୍ୟାଙ୍କ୍ କଲେନି ଜେନା କଲେନି ପାଣି ଦିଆଯିବ ବୋଲି କନିଷ୍ଠ ଯନ୍ତ୍ରୀ ଅଜୟ ମାଝି ବିଡ଼ିଓ କୁରେଷ ଜାଣି ଲୋକଙ୍କୁ ସୂଚନା ଦେଇଥିଲେ।
ଚର୍ଚ୍ଚା news












