BY-ରବିନ୍ଦ୍ର ନାଥ ମହାପାତ୍ର
ରାୟଗଡ଼ା :ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ହେଡ କ୍ୱାଟରରେ ଏବେ ପାଣି ସମସ୍ୟା। ଡ କହିବାକୁ ମିଳିଛି |ଖରା ବଢିବା ସାଙ୍ଗ କୁ ଦେଖା ଦେଇଛି ଜଳ କଷ୍ଟ ।ଠିକ୍ ସମୟରେ ଆସୁନି ପାଣି ।ଫଳ ରେ ସାହି ସାହିରେ ଲୋକେ ରାସ୍ତା ରୋକ୍ କରିବା ସହ ହାଣ୍ଡି ମାଠିଆ ଧରି ପ୍ରତିବାଦ କରୁଛନ୍ତି ।ଆଜି ବୁଧବାର ଗୁଣପୁର ପଦ୍ମପୁର ଯିବା ରାସ୍ତାର ଇନ୍ଦିରା ନଗର ଛକ ନିକଟରେ ମହିଳା ମାନେ ହାଣ୍ଡି,ମାଠିଆ,ବାଲଟି ଧରି ଲୋକ ମାନେ ଆସି ପ୍ରତିବାଦ କରିଥିଲେ।ଶତାଧିକ ମହିଳା ଏବଂ ପୁରୁଷ ମାନେ ପାଣି ଯୋଗାଇବା ନିମନ୍ତେ ଦାବି କରିଥିଲେ।ଖବର ପାଇ ଘଟଣା ସ୍ଥଳରେ ସହକାରୀ ଯନ୍ତ୍ରୀ ଲୋକନାଥ ଯାଦବ ଓ କନିଷ୍ଠ ଯନ୍ତ୍ରୀ ଅଜୟ ମାଝି ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ।ପରେ ରାସ୍ତା ରୋକ୍ ହଟିଥିଲା।ଦୀର୍ଘ ୧୭ଦିନ ହେଲା ପାଣି ଆସୁନି।ପ୍ରଥମେ ମୋଟର ପୋଡିଗଲା ପରେ ବୋର ୱେଲ ଗୁଡ଼ିକ ମାଟି ଅତଡା ପଶି ନଷ୍ଟ ହୋଇଥିଲା।ଆଉ ଏବେ ବଡ଼ସାହି କୁ ଜଳ ଯୋଗାଣ କରିବା ସମୟରେ ଫାଟିଗଲା ପାଇପ ।ଏହାକୁ ମରାମତି କରିବା ପରେ ପୁଣି ଥରେ ସମ୍ପୃକ୍ତ ବଡ଼ସାହି,ଗିରିଧାରୀ ସାହି, ସୌରା ସାହି,ହରିଜନ ସାହି ,ଇନ୍ଦିରା ନଗର ଓ ସାତଘରିଆ ସାହି କୁ ପାଣି ଦିଆଯିବ ବୋଲି କନିଷ୍ଠ ଯନ୍ତ୍ରୀ ସୂଚନା ଦେଇଥିଲେ ।
ଚର୍ଚ୍ଚା news












