ସାମ୍ବାଦିକ: ପ୍ରଶାନ୍ତ ରାଉଳ
କୋଲକାତା
ଆଙ୍କର: ରାଜ୍ୟ ପଶ୍ଚିମ ବଙ୍ଗର ଉତ୍ତର 24 ପର ଗଣା ଜିଲ୍ଲା ସ୍ଥିତ ଖୁଦିରାମ ପଲ୍ଲୀର କାଞ୍ଚରାପଡାର ୨୨ ନମ୍ବର ୱାର୍ଡରେ ପାରିବାରିକ କଳହ ଯୋଗୁଁ ସ୍ତ୍ରୀଙ୍କୁ ହତ୍ୟା କରି ନିଜର ସନ୍ତାନକୁ ନେଇ ପଳାଇଲେ ସ୍ବାମୀ। କୌଶିକ ମଣ୍ଡଳ (୨୮) ତାଙ୍କ ସ୍ତ୍ରୀ ଅଙ୍କିତା ବର୍ମନ (୨୫)ଙ୍କୁ ହତ୍ୟା କରିବା ପରେ ତାଙ୍କ ଛୋଟ ସନ୍ତାନକୁ ନେଇ ପଳାଇ ଯାଇଥିଲା। ବିଜପୁର ଥାନାର ପୋଲିସ ଘଟଣାର ତଦନ୍ତ କରି ପଣ୍ଡୁଆରୁ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତକୁ ପୋଲିସ ରିମାଣ୍ଡରେ ନେବା ପାଇଁ ଆବେଦନ କରି କୋର୍ଟକୁ ପଠାଯାଇଥିଲା।
ପାରିବାଳିକ କଳହ ଯୋଗୁଁ ସ୍ତ୍ରୀକୁ ହତ୍ୟା କରି ନିଜର ସନ୍ତାନକୁ ନେଇ ଫେରାର ହୋଇଥିଲା ସ୍ବାମୀ
By Charcha News











