ଖାଦ୍ୟରେ ଅପମିଶ୍ରଣ ଘଟଣା ସାମ୍ନାକୁ ଆସିବା ପରେ ଏବେ ଆକ୍ସନ୍ ମୋଡ୍ରେ ଫୁଡ୍ ସେଫ୍ଟି ଟିମ୍ । ରାଜଧାନୀ ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳରେ ଚାଲିଛି ଜୋରଦାର ଚେକିଂ ଓ ଚଢ଼ାଉ ।
ଖାଦ୍ୟରେ ଅପମିଶ୍ରଣ ଘଟଣା ସାମ୍ନାକୁ ଆସିବା ପରେ ଏବେ ଆକ୍ସନ୍ ମୋଡ୍ରେ ଫୁଡ୍ ସେଫ୍ଟି ଟିମ୍ । ରାଜଧାନୀ ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳରେ ଚାଲିଛି ଜୋରଦାର ଚେକିଂ ଓ ଚଢ଼ାଉ । ବିଶେଷକରି ବିଭିନ୍ନ ମିଠା ଦୋକାନକୁ ଟାର୍ଗେଟ୍ କରିଛି ଫୁଡ୍ ସେଫ୍ଟି ବିଭାଗ । ପାହାଳ ନିକଟରେ ଥିବା ଅନେକ ମିଠା ଦୋକାନରେ ଟିମ୍ ପହଞ୍ଚି ଯାଞ୍ଚ କରିଛି। ମିଠାର ମାନ, ପ୍ରସ୍ତୁତି ପ୍ରଣାଳୀ ଏବଂ ଖାଦ୍ୟରେ ଅପମିଶ୍ରଣ ହେଉଛି କି ନାହିଁ, ସେନେଇ ଯାଞ୍ଚ ଚାଲିଛି ।
ଅପମିଶ୍ରଣ ଅଭିଯୋଗ ପରେ ଫୁଡ୍ ସେଫ୍ଟି ବିଭାଗର ଏଭଳି ଜୋରଦାର ଚଢ଼ାଉକୁ ନେଇ ମିଠା ଦୋକାନୀଙ୍କ ମଧ୍ୟରେ ଛନକା ପଶିଛି । ତେବେ ଏହି ଚଢ଼ାଉ ସମୟରେ କଣ ତଥ୍ୟ ସାମ୍ନାକୁ ଆସୁଛି ଏବଂ କାହା ବିରୋଧରେ ହେଉଛି କାର୍ଯ୍ୟାନୁଷ୍ଠାନ, ତା’ଉପରେ ରହିଛି ନଜର ।
ଚର୍ଚ୍ଚା tv












