BY-ରବିନ୍ଦ୍ର ନାଥ ଜଗନ୍ନାଥ
ରାୟଗଡା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଓଡିଶାର ପୁର୍ବତନ ମୁଖ୍ୟମନ୍ତ୍ରୀ ଡ: ସଦାଶିବ ତ୍ରିପାଠୀଙ୍କ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ଶ୍ରୀମତୀ ମଞ୍ଜିଲା ମିଣିଆକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଡ଼ଃ ତ୍ରିପାଠୀଙ୍କ ଆଦର୍ଶ ଗୁଣାବଳୀ ଜୀବନୀ ଉପରେ ଆଲୋକପlତ କରିବା ସହିତ ଭାବ ପ୍ରବଣ ହୋଇ କହିଥିଲେ ଯେ ମୋର ଏତେ ଦୂର ଆସିବାର କେବେ ଆଶା କିମ୍ବା ଆକାଂକ୍ଷା ନଥିଲା l ସମାଜର ତଳ ସ୍ତରରୁ ଜନସେବା କରି ଆଜି ଜନସାଧାରଣ ମୋତେ ସୁଯୋଗ ଦେଇଥିବାରୁ ଏତେ ବାଟ ଆସିଛି ବୋଲି କହିଥିଲେ l ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ନାୟକ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରି ଡ଼ଃ ତ୍ରିପାଠୀଙ୍କ ଆଦର୍ଶ ଗୁଣାବଳୀ ଜୀବନୀ ଉପରେ ସ୍ମୃତିଚାରଣ କରିବା ସହ ସମୃଦ୍ଧ ଓଡିଶା ଗଠନ ନିମନ୍ତେ ତାଙ୍କ ଜୀବନାଦର୍ଶକୁ ଆପଣେଇବା ପାଇଁ ଯୁବପିଢିଙ୍କୁ ପ୍ରବର୍ତ୍ତାଇଥିଲେ । ଶିକ୍ଷାବିତ ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତି ମୁଖ୍ୟବକ୍ତା ଓ ବରେଣ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ ନିହାର ରଞ୍ଜନ କହଁର, ମୁଖ୍ୟ ଉର୍ଣ୍ଣୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଗୋସନାର ବର୍ଲା, ଅବସରପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ ଜଳନ୍ଧର ପୁଷିକା, ଉପ ନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ ଆଦି ନିଜର ବକ୍ତବ୍ୟରେ ଡ଼ଃ ତ୍ରିପାଠୀଙ୍କ ଜୀବନ ଉପରେ ସ୍ମୃତି ଚlରଣ କରି କହିଲେ ଯେ ଓଡିଶାରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଜମିର ସୁରକ୍ଷା ନିମନ୍ତେ ୨୵୫୬ ଅଧିନୀୟମରେ ଭୂବନ୍ଦୋବସ୍ତ ବ୍ୟବସ୍ଥା, ବାରବାଟୀ ଷ୍ଟାଡିୟମ ନିମନ୍ତେ ଭୂବନ୍ଦୋବସ୍ତ, ଉତ୍କଳ ଓ ଭଞବିହାର ବିଶ୍ବବିଦ୍ୟାଳୟର ସ୍ଥାପନା ଆଦି କ୍ଷେତ୍ରରେ ଡ: ତ୍ରିପାଠୀଙ୍କ ଅତୂଳନୀୟ ଅବଦାନ ଥିଲା ବୋଲି କହିଥିଲେ। ଡ଼ଃ ତ୍ରିପାଠୀଙ୍କ ସ୍ମୃତିଚାରଣ କରିବା ସହ ଜଣେ ଅବିବାଦୀୟ ମୁଖ୍ୟମନ୍ତ୍ରୀଙ୍କ ସରଳ ଓ ନିରାଡାମ୍ବର ଜୀବନ ସମାଜରେ ଉତ୍ତମ ଚରିତ୍ର ଗଠନରେ ସହାୟକ ହୋଇପାରିବ ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡା ଅଧିକାରୀ,ଶେଖ ଅଲେନୁର,ଜିଲ୍ଲା ଯୋଗାଣ ଅଧିକାରୀ ଏଲ ଏନ ପଟ୍ଟନାୟକ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଏଲିଯାବେଥ ଗରଡ଼ା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ
ଏଥି ନିମନ୍ତେ ଆୟୋଜିତ ବକ୍ତୃତା ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତାର କୃତ୍ତି ଛାତ୍ର, ଛାତ୍ରୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଦେବରାଜ ଟାକ୍ରୀ ମଞ୍ଚ ପରିଚାଳନା କରିଥିଲେ ଓ ବିଭାଗ ଅଧିକାରୀ ମାନସ ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର କ୍ଷୀପ୍ର ଲେଖିକା କୁମୁଦିନୀ ମିଶାଲ, ଗ୍ରନ୍ଥାଗାରିକ ଡମ୍ବରୁଧର ପଣ୍ଡା, ସଂଯୋଜକ ସମ୍ରାଟ ସାହୁ, ରାଜେନ୍ଦ୍ର ଦୋରା, ରଞିତ ପିରିବାକା ,ଜି ଚନ୍ଦ୍ର ଶେଖର ପ୍ରମୁଖ ସମସ୍ତ କର୍ମକର୍ତ୍ତା ଆୟୋଜନରେ ସହଯୋଗ କରିଥିଲେ ।
ଚର୍ଚ୍ଚା news












