ନିଟ୍- ୟୁଜି ୨୦୨୬ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ସାରା ଦେଶରେ ରାଜନୈତିକ ଝଡ଼ । ଏହାକୁ ନେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ।
ନିଟ୍- ୟୁଜି ୨୦୨୬ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ସାରା ଦେଶରେ ରାଜନୈତିକ ଝଡ଼ । ଏହାକୁ ନେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଏନଡିଏ ସଂସଦୀୟ ଦଳର ବୈଠକ ପରେ ଗଣମାଧ୍ୟମକୁ ରିଜିଜୁ କହିଛନ୍ତି ଯେ, ସରକାର ସଂସଦରେ ନିଟ୍ ପେପର ଲିକ୍ ସମେତ ଛାତ୍ରଛାତ୍ରୀଙ୍କ ପ୍ରତ୍ୟେକ ପ୍ରସଙ୍ଗରେ ଆଲୋଚନା ଓ ବିତର୍କ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।
ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପେପର ଲିକ୍ ଘଟଣାକୁ ଘୋର ପାପ ବୋଲି ଅଭିହିତ କରିଥିଲେ । ଦୋଷୀଙ୍କ ବିରୋଧରେ କଠୋରରୁ କଠୋରତମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ସଂସଦରେ ଏ ପ୍ରସଙ୍ଗରେ ଆଲୋଚନା ହେଉନଥିବାରୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଗତକାଲି ପ୍ରତିବାଦ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣାରେ ବସିଥିଲେ । ଯାହାକୁ ଗତକାଲି ମଧ୍ୟ ପ୍ରବଳ ହଙ୍ଗାମା ହୋଇଥିଲା । ତେବେ ଖୁବଶୀଘ୍ର ଗୃହରେ ପେପର ଲିକ୍ ଓ ଛାତ୍ରଛାତ୍ରୀଙ୍କ ଉପରେ ଅତ୍ୟାଚାର ପ୍ରସଙ୍ଗରେ ଆଲୋଚନା ହେବ । କେନ୍ଦ୍ର ସରକାର କହିଛନ୍ତି ଯେ ପରୀକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଏବଂ ଭବିଷ୍ୟତରେ ଯେପରି କୌଣସି ପେପର ଲିକ୍ ନ ହୁଏ, ସେଥିପାଇଁ କଠୋର ଆଇନଗତ ଓ ପ୍ରଶାସନିକ ପଦକ୍ଷେପ ନିଆଯାଉଛି। ପେପର ଲିକ୍କୁ ଗୋଟିଏ ଜାତୀୟ ସମସ୍ୟା ଭାବେ ଗ୍ରହଣ କରି ଏହାକୁ ରାଜନୈତିକ ରଙ୍ଗ ନଦେବାକୁ ଏବଂ ସଂସଦରେ ଗୃହ କାର୍ଯ୍ୟ ସୁଚାରୁରୂପେ ଚାଲିବା ପାଇଁ ବିରୋଧୀ ଦଳଗୁଡ଼ିକୁ ଆହ୍ୱାନ ଦେଇଛନ୍ତି ସରକାର ।
ଚର୍ଚ୍ଚା news












