ମୟୁରଭଞ୍ଜ,ଉଦଳା(ରାଜୀବ କୁମାର ବେହେରା) – ବାରିପଦାରେ ଅଭାବନୀୟ ଘଟଣା l ଦ୍ରୁତ ଗତିରେ ଆସିଲା ପିକପ ଭ୍ୟାନ ସିଧା ଯାଇ ପୋଲ ତଳେ, ଦେଖଣାହାରୀ ଦେଖି ପୁରା ତlଟକl ହୋଇ ଗଲେ l ଦ୍ରୁତ ଗତି ମହା ବିପତ୍ତି। ପୁଣିଥରେ ବେପରୁଆ ଓ ଦ୍ରୁତଗତି ଗାଡ଼ି ଚାଳନା ପାଇଁ ଘଟିଛି ଭୟଙ୍କର ଦୁର୍ଘଟଣା। ମୟୂରଭଞ୍ଜ ଜିଲ୍ଲାର ବାରିପଦା –ଉଦଳା ମୁଖ୍ୟ ରାସ୍ତାରେ ଥିବା ବାହାଦୁରପୁର, କରଞ୍ଜିଆ ଏରିଆ ନିକଟରେ ମୁଢି ବୋଝେଇ ଯାଉଥିବା ଏକ ପିକଅପ୍ ଭ୍ୟାନ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିଛି।
ସୂଚନା ଅନୁସାରେ, ଗାଡ଼ିଟି ବାରିପଦା ରୁ ଉଦଳା ଦିଗକୁ ଯାଉଥିବା ବେଳେ ହଠାତ୍ ଚାଳକ ଭାରସାମ୍ୟ ହରାଇଥିଲେ। ଫଳରେ ଭ୍ୟାନଟି ପ୍ରାୟ ଧୁମ୍ ଫିଲ୍ମ ଦୃଶ୍ୟ ପରି ରାସ୍ତାରୁ ପବନରେ ଉଡ଼ି ପୋଲ ତଳକୁ ପଡ଼ି ଫସି ରହିଥିବା ଦେଖାଯାଇଛି।
ଘଟଣା ସମୟରେ ଗାଡ଼ିରେ ଦୁଇଜଣ ଥିବା ବେଳେ ସେମାନେ ଅଳ୍ପକେ ମରଣ ମୁହଁରୁ ବର୍ତ୍ତି ଯାଇଛନ୍ତି। ସୌଭାଗ୍ୟବଶତଃ ଏହି ଅଭାବନୀୟ ଦୁର୍ଘଟଣାରେ କାହାରି କୌଣସି ଜୀବହାନି ହୋଇନାହିଁ।
ଘଟଣା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ଭିଡ଼ କରିଥିବା ବେଳେ ଗାଡ଼ିକୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି। ଏହି ଘଟଣା ପୁଣିଥରେ ଦ୍ରୁତଗତି ଓ ବେପରୁଆ ଗାଡ଼ି ଚାଳନା ଉପରେ ବଡ଼ ପ୍ରଶ୍ନ ଉଠାଇଛି
ପୋଲ ତଳକୁ ଖସିଲା ମୁଢି ବୋଝେଇ ପିକଅପ୍ ଭ୍ୟାନ
By Charcha News












