ଫିଡେ ସଦସ୍ୟ ରାଷ୍ଟ୍ର ଭାବେ ଭାରତରେ ଅଧିକ ପ୍ରତିଯୋଗିତା ଆୟୋଜନ କରିବାକୁ ଆମର ଲକ୍ଷ୍ୟ ଥିଲା ବେଳେ ଆମର ଦୁଇ ଜଣ ଖେଳାଳି ବିଶ୍ବ ପ୍ରତିଯୋଗିତା ଫାଇନାଲ୍ ଖେଳିବେ। ତେଣୁ ଆମ ପାଇଁ ଏହି ପ୍ରତିଯୋଗିତା ଆୟୋଜନ କରିବା ଗୁରୁତ୍ବପୂର୍ଣ୍ଣ।
BY-SUBHASMITA-DT-19.4.2026
ଭାରତରେ ଫିଡେ ବିଶ୍ୱ ଚେସ୍ ପ୍ରତିଯୋଗିତା ଆୟୋଜନ କରିବାକୁ ଉଦ୍ୟମ ଜୋରଦାର ହୋଇଛି। ଏହାର ପ୍ରଧାନ କାରଣ ହେଲା, ପୁରୁଷ ଓ ମହିଳା ଉଭୟ ବର୍ଗର ଫାଇନାଲ୍ରେ ଭାରତୀୟ ଖେଳାଳିଙ୍କ ଯୋଗ୍ୟତା ଅର୍ଜନ।
ଗ୍ରାଣ୍ଡମାଷ୍ଟର R Vaishali ପ୍ରଥମ ଭାରତୀୟ ମହିଳା ଭାବେ କ୍ୟାଣ୍ଡିଡେଟ୍ସ ଟୁର୍ଣ୍ଣାମେଣ୍ଟ ଜିତି ଇତିହାସ ଗଢ଼ିଛନ୍ତି। ସେ FIDE Women’s World Chess Championship ଫାଇନାଲ୍ରେ ପ୍ରବେଶ କରିଛନ୍ତି ଓ ବର୍ତ୍ତମାନର ଚ୍ୟାମ୍ପିଅନ୍ Ju Wenjun ସହ ମୁକାବିଲା କରିବେ। ଅନ୍ୟପଟେ, ପୁରୁଷ ବର୍ଗରେ D Gukesh ମଧ୍ୟ FIDE World Chess Championship ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ସେ ଖିତାବ ଲଢ଼େଇରେ Javokhir Sindarov ସହ ମୁହାଁମୁହିଁ ହେବେ।
ଏପରି ସ୍ଥିତିରେ ଭାରତ ସରକାର ଓ ସର୍ବଭାରତୀୟ ଚେସ୍ ମହାସଂଘ ପକ୍ଷରୁ ପ୍ରତିଯୋଗିତାକୁ ଦେଶକୁ ଆଣିବା ପାଇଁ ବିଡିଂ କରାଯିବାକୁ ଯୋଜନା ହେଉଛି। ଦୁଇ ଖେଳାଳି Tamil Naduର ହେବାରୁ ପ୍ରତିଯୋଗିତାକୁ Chennaiରେ ଆୟୋଜନ କରିବା ପାଇଁ ଭାରତ ଆଗ୍ରହୀ ଅଛି ।ସର୍ବଭାରତୀୟ ଚେସ୍ ମହାସଂଘର ପରିଚାଳନା ମୁଖ୍ୟ ଏ.କେ. ବର୍ମା କହିଛନ୍ତି, ଭାରତରେ ଅଧିକ ଆନ୍ତର୍ଜାତୀୟ ଚେସ୍ ପ୍ରତିଯୋଗିତା ଆୟୋଜନ କରିବା ଆମ ଲକ୍ଷ୍ୟ। ପୂର୍ବରୁ ମଧ୍ୟ ଏହି ପ୍ରତିଯୋଗିତାକୁ ତାମିଲନାଡୁରେ କରିବା ପାଇଁ ପ୍ରସ୍ତୁତି ଥିଲା, କିନ୍ତୁ ସେତେବେଳେ Singapore ଭଲ ପ୍ରସ୍ତାବ ଦେବାରୁ ସେଠାରେ ଆୟୋଜନ ହୋଇଥିଲା।
ଏଥର ତଥାପି ଭାରତ ଦୃଢ଼ ଭାବେ ବିଡ୍ କରିବାକୁ ପ୍ରସ୍ତୁତ ଅଛି ଓ ଏହି ବିଶ୍ୱ ସ୍ତରୀୟ ପ୍ରତିଯୋଗିତାକୁ ଦେଶକୁ ଆଣିବାରେ ଆଶାବାଦୀ ।
ଚର୍ଚ୍ଚା news












