ବଲାଙ୍ଗିରି (ଦେବେନ୍ଦ୍ର ପୋଡ଼): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଫୁଲକିମୁଣ୍ଡା ପଂଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ଜୋନ ସ୍ତରୀୟ ହ୍ୟାଣ୍ଡ ବଲ ଚୟନ ଶିବିର ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି I ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ସାହାଯ ପାଣି ସରପଞ୍ଚ ପ୍ରଫୁଲ୍ଲ ମାଝୀ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ନନ୍ଦ ଲାଲ ମାଝୀ, ମୋହନ ସୁନା, ରଜତ ଦାସ ଯୋଗ ଦେଇଥିଲେ I ବିଭିନ୍ନ ସ୍କୁଲ ର
ମୋଟ 91ଜଣ ଛାତ୍ର ଛାତ୍ରୀ ଯୋଗଦେଇ ଥିଲେ I ସ୍କୁଲ ର ପ୍ରଧାନ ଶିକ୍ଷକ ଗୋପାଳ ବେହେରା ସଭାପତି ତ୍ୱ କରିଥିଲେ I ଚୟନ ଶିବିର ରେ କୃତି ଛାତ୍ର ଛାତ୍ରୀ ଙ୍କୁ ବ୍ଲକ ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ କରାଯାଇଥିଲାI ପ୍ରତିଯୋଗିତା କୁ ପ୍ରମୋଦ ବାଗ, ସନାତନ କୁମ୍ଭାର, ଡୋଲମଣୀ ପଧାନ, ରୋଜି ମାଲିକ, ପଞ୍ଚାନନ ବିଶାଳ, ଗଗନ ସାହୁ, ଶ୍ରୀରାମ ସାହୁ ପ୍ରମୁଖ ଖେଳ ପରିଚାଳନା କରିଥିଲେ I ଶେଷ ରେ ରଜତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ











