ବନ୍ୟାରେ ଘର ଭାଙ୍ଗିଥିଲେ ମିଳିବ ୧ ଲକ୍ଷ ୨୦ ହଜାର ଟଙ୍କାର କ୍ଷତିପୂରଣ । ପକ୍କା ଘର ଆଂଶିକ ଭାଙ୍ଗିଥିଲେ ମିଳିବ ସାଢ଼େ ୬ ହଜାର ଟଙ୍କା । ଜୀବନ ହାନୀ ହୋଇଥିଲେ ମିଳିବ ୪ ଲକ୍ଷ ଟଙ୍କା କ୍ଷତିପୂରଣ ।
ବନ୍ୟାରେ ଘର ଭାଙ୍ଗିଥିଲେ ମିଳିବ ୧ ଲକ୍ଷ ୨୦ ହଜାର ଟଙ୍କାର କ୍ଷତିପୂରଣ । ପକ୍କା ଘର ଆଂଶିକ ଭାଙ୍ଗିଥିଲେ ମିଳିବ ସାଢ଼େ ୬ ହଜାର ଟଙ୍କା । ଜୀବନ ହାନୀ ହୋଇଥିଲେ ମିଳିବ ୪ ଲକ୍ଷ ଟଙ୍କା କ୍ଷତିପୂରଣ । ଆଜିଠୁ ଆରମ୍ଭ ହେଇଛି ବନ୍ୟା କ୍ଷୟକ୍ଷତି ଆକଳନ। ରାଜସ୍ବ ଏବଂ କୃଷି ବିଭାଗର ଅଧିକାରୀମାନେ ଆକଳନ କରୁଛନ୍ତି । ପ୍ରାଥମିକ ଆକଳନ ୪୨ କୋଟି ୮୦ ଲକ୍ଷ ବୋଲି ଆନୁମାନିକ ଆକଳନ ହୋଇଛି । ଜିଲ୍ଲାପାଳମାନଙ୍କୁ ୩୬କୋଟି ୯୮ ଲକ୍ଷ ଟଙ୍କା ପଠାଯାଇଛି । ଆଜି ଆଉ ୧୧୦ କୋଟି ଟଙ୍କା ରାଜ୍ୟ ସରକାର ପଠାଇବେ । କ୍ଷୟକ୍ଷତି ଆକଳନ ସହ କ୍ଷତିଗ୍ରସ୍ଥକୁ କ୍ଷତିପୂରଣ କାମ ଏକାସହ ଚାଲିବ । ଗୃହପାଳିତ ପଶୁପକ୍ଷୀ କ୍ଷୟକ୍ଷତି ବାବଦକୁ ସରକାର ୧୨ କୋଟି ୮୮ ଲକ୍ଷ ପ୍ରଦାନ କରିବେ । ରିଲିଫ ସେଣ୍ଟର ପରିଚାଳନା ପାଇଁ ପାଇଁ ୨୬ କୋଟି ଟଙ୍କା ଯାଇଛି। ଛଳିତ ବନ୍ୟାରେ ମୋଟ ୨୨ ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି । ୮୫ ବ୍ଲକ ସହ ୧୫ ସହରାଞ୍ଚଳ ବି ପ୍ରଭାବିତ ହୋଇଛି । ୬୫୬ ପଞ୍ଚାୟତ ଏବଂ ୧୪୫୮ ଗାଁ କ୍ଷତିଗ୍ରସ୍ତ ହୋଇଛି। ମୋଟ ୮ ଲକ୍ଷ ୬୩ ହଜାର ୯୦୯ ଲୋକ ପ୍ରଭାବିତ ହୋଇଛନ୍ତି । ସେହିପରି ବନ୍ୟାରେ ୨ ଲକ୍ଷ ୬୭ ହଜାର ୩୦୧ଜଣଙ୍କୁ ସ୍ଥାନାନ୍ତର କରାଯାଇଥିଲା । ୫୨୯ ରିଲିଫ କ୍ୟାମ୍ପ ପରିଚାଳିତ ହୋଇଥିଲା । ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ପ୍ରଦାନ କରିଛନ୍ତି ବୀପର୍ଯ୍ୟୟ ପିରଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
କାହାକୁ ମିଳିବ କେତେ କ୍ଷତିପୂରଣ
ସମ୍ପୂର୍ଣ୍ଣ ଘର ଭାଙ୍ଗିଥିଲେ ମିଳିବ ୧ ଲକ୍ଷ ୨୦ ହଜାର ଟଙ୍କା
ପକ୍କା ଘର ଆଂଶିକ ଭାଙ୍ଗିଥିଲେ ୬ ହଜାର ୫୦୦ ଟଙ୍କା
କଚ୍ଚା ଘର ଆଂଶିକ ଭାଙ୍ଗିଥିଲେ ମିଳିବ ୪ ହଜାର
କୁଡ଼ିଆ ଭାଙ୍ଗିଥିଲେ ୮ ହଜାର ଟଙ୍କା କ୍ଷତିପୂରଣ
ଜୀବନ ହାନି ପାଇଁ ୪ ଲକ୍ଷ ଟଙ୍କା କ୍ଷତିପୂରଣ
ଗୁହାଳ ପାଇଁ ୩ ହଜାର ଟଙ୍କା କ୍ଷତିପୂରଣ
କ୍ରପ ଲସ ପାଇଁ ଖାଲୁଆ ଜମିରେ ହେକ୍ଟର ପିଛା ୮ ହଜାର ୫୦୦ଟଙ୍କା
ଜଳସେଚିତ ଜମିରେ ହେକ୍ଟର ପିଛା ୧୭ ହଜାର ଟଙ୍କା
ଦୀର୍ଘ ସ୍ଥାୟୀ ଚାଷ ଜମିରେ ହେକ୍ଟର ପିଛା ୨୨ ହଜାର ୫୦୦ ଟଙ୍କା
ଅଗ୍ନିଶମ କର୍ମଚାରୀଙ୍କୁ ମିଳିଛି ୧ କୋଟି ୫ ଲକ୍ଷ
ଗାଈ ପାଇଁ ୩୭ ହଜାର ୫୦୦, ବଳଦ/ମହିଁଷି ପାଇଁ ୩୨ ହଜାର
ବାଛୁରୀ ପାଇଁ ୨୦ ହଜାର, ଛେଳି/ମେଣ୍ଢା ପାଇଁ ୪ ହଜାର କ୍ଷତିପୂରଣ
ଚର୍ଚ୍ଚା NEWS












