ରାୟଗଡ଼ା/ ରବିନ୍ଦ୍ର ନାଥ ମହାପାତ୍ର : -ରାୟଗଡ଼ା ଜିଲା ଗୁଡାରୀ ରୁ କୋଲନରା ବ୍ଲକ ଅଧିନସ୍ଥ ବାଙ୍କୀଲି ପଞ୍ଚାୟତ ଅଧୀନରେ ଥିବା ବାଡ଼ିସୋଲାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତଦୁଇ ପାଠ ପଢିବା ପାଇଁ ବାଇକ୍ ରେ ଯାଉଥିବା ବେଳେ ଗୁରୁବାର ଦିନ ସକାଳ ଦଶ ଟା ସମୟ ରେ ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟ ବୁଲାଣି ରେ ସଡକ ଦୁର୍ଘଟଣାରେ ଦୁଇଛତ୍ରଙ୍କ ମୃତ୍ୟୁ ଘାଟିଛି। ଲାଞ୍ଜିଗଡ଼ ରୁ ବ୍ରହ୍ମପୁର କୁ ଯାଉଥିବା କାମଧେନୁ ଏକ ଘରୋଇ ବସ ସହ ବାଇକ୍ ର ମୁହାଁମୁହିଁ ଧକ୍କା ହୋଇଥିଲା l ମିଳିଥିବା ସୂଚନା ଅନୁଯାୟୀ ସବୁଦିନ ଭଳି ଘଟଣା ଦିନ ମଧ୍ୟ ଉଭୟ ଛାତ୍ର ଓଆର ୦୭ ଏକ୍ସ ୯୬୧୭ ନମ୍ବର ବିଶିଷ୍ଟ ନିଜ ବାଇକ ଯୋଗେ ଗୁଡାରି ରୁ ବାହାରି ବାଡ଼ିଶୋଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁ ପାଠ ପଢିବା ପାଇଁ ଯିବା ସମୟରେ ଓଆର ୦୭ ଆର ୮୦୪୪ ନମ୍ବର ବିଶିଷ୍ଟ କାମଧେନୁ ନାମକ ଘରୋଇ ବସ ଲାଞ୍ଜିଗଡ, ମୁନିଗୁଡା ଠାରୁ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରୁଥିବା ସମୟରେ ପାଲୁପାଇ ନିକଟରେ ମୁହାଁମୁହିଁ ଧୋକା ହୋଇଥିଲା। ଖବର ଶୁଣି କଲେଜ ଛାତ୍ର ମାନେ ସ୍ଥାନୀୟ ଲୋକ ଙ୍କ ସହାୟତା ରେ ୧୦୮ ଆମ୍ବୁଲାନ୍ସ ଯୋଗେ ରାମନାଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ଏହି ଉଭୟ ଛାତ୍ର ଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଦୁଇଛାତ୍ର ହେଲେ ଗୁଡାରି ସୌରା ସାହି ର
ଦେବେନ୍ଦ୍ର ଶବର (୨୧) ଓ ଅନ୍ଯଜଣେ ଗୁଡାରି ଢେପାଗୁଡା ନିକଟସ୍ଥ ବଡଗୁଡା ର
ବିଷ୍ଣୁ ଶବର(୨୧) ବୋଲି ଜଣାପଡିଛି। ସହପାଠୀ ର ମୃତ୍ୟୁଙ୍କୁ ନେଇ ପାଇ କ୍ଷତି ପୂରଣ ଦାବି କରିଥିଲେ। ସ୍ଵସ୍ଥ୍ଯ କେନ୍ଦ୍ର ରେ ସାମାନ୍ୟ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ସହପାଠୀ ଙ୍କୁ ସେକେଣ୍ଡ ଅଫିସର ବାବୁଲା ପ୍ରଧାନ, ମାଜିଷ୍ଟେଟ ଭାବେ ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ ମେଡିକାଲ ରେ ପହଂଚି ବୁଝା ଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।
ବସ ସହ ବାଇକ୍ ଧକ୍କା….ସଡକ ଦୁର୍ଘଟଣାରେ ଦୁଇ କଲେଜ ଛାତ୍ରଙ୍କ ମୃତ୍ୟୁ
By Charcha News












