ମାଲକାନଗିରି ୦୭/୦୮/୨୫(ରିପୋର୍ଟ, ମାନସ୍ ନେତାମ୍, ଚର୍ଚ୍ଚା ନ୍ୟୁଜ୍)
ମୃତ ଦାଦନ ଶ୍ରମିକ ବାପି ମଣ୍ଡଳଙ୍କ ପରିବାରର ଅଭିଯୋଗକୁ ଦୃଷ୍ଟିରେ ରଖି ଏହାର ସତ୍ୟତା ଜାଣିବା ପାଇଁ ମାଲକାନଗିରି ଜିଲ୍ଲାର କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ତରଫରୁ ଏକ ମିଳିତ ଅନୁସନ୍ଦନକାରୀ ଦଳ ଗଠନ କରାଯାଇ ଏହାର ତଦନ୍ତ ପାଇଁ ମୋଟୁ ପହଞ୍ଚି ଥିଲେ ଏହି ଦଳ। ଏହି ଦଳର ନେତୃତ୍ୱ INTUC ଜିଲ୍ଲା ଆବାହକ ହାରାଣ ମଣ୍ଡଳ, AITUC ଜିଲ୍ଲା ସଭାପତି ମହାନନ୍ଦ ଦୁର୍ଗା ଓ ONSS State Council Member କୁମାର ଜାଳିଆ ଙ୍କ ନେତୃତ୍ୱ ରେ ଗତ କାଲି ୦୬/୦୮/୨୫ ତାରିଖ ରେ ମୋଟୁ ଥାନାରେ ଥାନା ମୃତ ଏମ.ପି.ଭି -୧୦ ଗ୍ରାମର ବାପି ମଣ୍ଡଳ ର କେସ ବିଷୟରେ ତଦାରଖ କରିବାକୁ ଆସିଥିଲେ ଏହି କେନ୍ଦ୍ରିୟ ଦଳ।ମାତ୍ର ୫ ହଜାର ଟଙ୍କା ପାଇଁ ଜଣେ ଠିକାଦାର ଜଣେ ୨୧ ବର୍ଷୀୟ ଯୁବକଙ୍କୁ ପ୍ରଥମେ ଅପହରଣ ଓ ପରେ ହତ୍ୟା କରିଥିବା ପରି ସଂଗୀନ ଅଭିଯୋଗ ମୋଟୁ ଥାନାରେ ହୋଇଥିଲା| ଏହି ଅଭିଯୋଗ ପାଇବା ପରେ ମୋଟୁ ପୁଲିସ ଠିକାଦାର ଓ ତାଙ୍କର ଜଣେ ସହଯୋଗୀଙ୍କୁ ଥାନାରେ ଅଟକ ରଖି ଅନୁସନ୍ଧାନ ଆରମ୍ଭ କରିଥିବାର ପୋଲିସ ପକ୍ଷରୁ ସୂଚନା ମିଳିଥିଲା |ମୋଟୁ ଥାନା ଅନ୍ତର୍ଗତ ଏମପିଭି ୮୧ ଗ୍ରାମର ଠିକାଦାର ଅନନ୍ତ ହାଲଦାର ଓ ସହଯୋଗୀ ସୁଜିତ ରାୟ ଶୁକ୍ରବାର ଅପରାହ୍ନ ୫ଟା ସମୟରେ ଏମପିଭି -୧୦ ଗ୍ରାମକୁ ଆସି ବାପି ମଣ୍ଡଳ ନାମକ ଜଣେ ୨୧ ବର୍ଷୀୟ ଯୁବକଙ୍କୁ ଘରୁ ଜୋର ଜବରଦସ୍ତ ହାତ ବାନ୍ଧି ଏକ ବାଇକରେ ନିଜ ଘରକୁ ଅପହରଣ କରି ନେଇଯାଇଥିଲେ । ତେବେ ଶନିବାର ସକାଳୁ ବାପି ମରିଯାଇଛି ବୋଲି ଠିକାଦାର ଜଣଙ୍କ ଏମପି ଭି- ୧୦ ଗ୍ରାମର ଗାଁ ସଭାପତିଙ୍କୁ ଜଣାଇଥିଲେ। ଏହାପରେ ମୃତ ଯୁବକଙ୍କ ଅଜା ମୋଟୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ ମୋ ନାତିକୁ ଠିକାଦାର ମାତ୍ର ୫ ହଜାର ଟଙ୍କା ପାଇଁ ଅପହରଣ କରି ହତ୍ୟା କରିଛି। ଏହି ଘଟଣାକୁ ବେଶ କିଛି ଦିନ ବିତି ଗଲେ ମଧ୍ୟ ଆସାମୀ କୁ ଏ ପର୍ଯ୍ୟନ୍ତ କୋୖଣସି ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ତରଫରୁ ଏକ ମିଳିତ ଅନୁସନ୍ଦନକାରୀ ଦଳ ମୋଟୁ ଥାନା ରେ ପହଞ୍ଚି ଥିଲେ।ଏହି କେସର ତଦନ୍ତକରୀ ଦଳ ଗଣମାଧ୍ୟମ ଆଗରେ ପୋଲିସ ପ୍ରଶାସନ କୁ ନେଇ କ୍ଷବ ପ୍ରକାଶ କରିଛନ୍ତି। ଏହି କେସ ର ତଦନ୍ତ କାରୀ ଅଫିସର ଲକ୍ଷ୍ମିଧର ଲେଙ୍କା ଙ୍କ କହିବା ଅନୁସାରେ ପୋଷ୍ଟମର୍ଟମ ରିପୋର୍ଟ ଅପେକ୍ଷାରେ ପୋଲିସ ଅଛି ଏହା ଆସିବା ପରେ ଦୋଷୀ ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।











