ବଲାଙ୍ଗିର (ଦେବେନ୍ଦ୍ର)ବଲାଙ୍ଗୀର ଜିଲ୍ଲା ବଲାଙ୍ଗୀର ବ୍ଳକ ସର୍ବ ଭାରତୀୟ ସ୍ବାଲାଖ ବିନ୍ଧ୍ୟଗିରୀବାସୀ ବିଂଝାଲ ବଲାଙ୍ଗୀର ବ୍ଳକ ସଭାପତି କୁଶ ବରିହା ଙ୍କ ମାତା ବାସମତୀ ବରିହା ( ଘୁଟୁପାଲି ଗାଁ ସ୍ଥିତ ନିଜ ବାସଭବନରେ ଆଜି ଅପରାହ୍ନରେ ୨ ଟା ୪୫ ମିନିଟ୍ ରେ ପରଲୋକ ହୋଇଯାଇଛି। ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା।ବାର୍ଦ୍ଧକ୍ୟଜନିତ କାରଣରୁ ତାଙ୍କର ପରଲୋକ ହୋଇଥିବାବେଳେ ମୃତ୍ୟୁଶଯ୍ୟାନିକଟର ତାଙ୍କ ୪ ପୁଅ କୁଶ ବରିହା ଲବ ବରିହା,ଡୁଗୁରୁ ବରିହା, ପ୍ରହଲ୍ଲାଦ ବରିହା , ବୋହୁ ସମେତ ଝିଅ-ଜ୍ୱାଇଁ, ନାତି ସୁନୀଲ, ସରୋଜ କୁମାର, ସନ୍ତୋଷ, ଲୋକନାଥ,ମୁକେଶ,ଅନିଲ,-ନାତୁଣୀ ଓ ଅନ୍ୟ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ସ୍ୱର୍ଗତା ବାସମତୀ ଜଣେ ଅତ୍ୟନ୍ତ ସ୍ନେହଶୀଳା ମହିଳା ଭାବେ ପରିବାର ତଥା ବନ୍ଧୁବାନ୍ଧବ ଜ୍ଞାତି କୁଟୁମ୍ବ ରେ ବେଶ୍ ଆଦୃତ ହୋଇଥିଲେ। ତାଙ୍କ ବିୟୋଗ ରେ ଶୋକର ଛାୟା ଖେଳିଯାଇଛି । ଖବର ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ତାଙ୍କର ଶେଷଦର୍ଶନ କରିଥିଲେ।ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ବଡ ପୁଅ କୁଶ ବରିହା ମୁଖାଗ୍ନି ଦେଇଥିଲେ।
ବିଂଝାଲ ସମାଜ ବଲାଙ୍ଗୀର ବ୍ଳକ ସଭାପତି କୁଶ ବରିହା ଙ୍କ ମାତୃ ବିଯୋଗ ।
By Charcha News












