ରବୀନ୍ଦ୍ର ନାଥ ମହାପାତ୍ର
Rayagada
ରାମନାଗୁଡ଼ା:ରାୟଗଡା ଜିଲ୍ଲା ରାମନାଗୁଡ଼ା ଥାନା ପୋଲିସ କୁ ମିଳିଛି ବଡ ସଫଳତା।ନାମୀ ଦାମୀ ବ୍ରାଣ୍ଡ ବିଦେଶୀ ମଦ ଚୋରା ଚାଲାଣ ବେଳେ ପୋଲିସ ର ଚଢ଼ାଉ।୩୨୬ ନମ୍ୱର୍ ଜାତୀୟ ରାଜପଥର ଗଣପତିଗୁଡ଼ା ନିକଟରେ ଛଡାଉ କରି ଏକ ବୋଲୋର ଗାଡିରୁ ୩ଶହ ୫୬ଲିଟର ମଦ ଜବତ କରିବା ସହ ୨ଜଣ କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଏ ନେଇ ଆଜି ମଙ୍ଗଳ ବାର ପୋଲିସ ସୂଚନା ଦେଇଛି।
ସୂଚନା ଅନୁସାରେ ରାମନାଗୁଡ଼ା ପୋଲିସ ର ୩୨୬ ନମ୍ୱର୍ ଜାତୀୟ ରାଜପଥରେ ପେଟ୍ରୋଲିଂ କରୁଥିବା ସମୟରେ ଏକ ବୋଲର ଦୃତ ଗତିରେ ଆସୁଥିବା ଦେଖି ଅଟକାଇ ଯାଞ୍ଚ କରିଥିଲା ପୋଲିସ।ଏହି ସମୟରରେ ଗାଡ଼ିରେ ଭର୍ତ୍ତି ବିଦେଶୀ ମଦ ପେଟି ପେଟି ଦେଖି ଥାନା କୁ ଆଣି ଅଧିକ ତଦନ୍ତ କରିବା ବେଳେ ।କାଗଜ ପତ୍ର କିଛି ବିଲ ବି ନଥିଲା।ଏଥିରେ ବୋଲେରୋ ଡ୍ରାଇଭର ଓ ବ୍ୟବସାୟୀ ଉଭୟ ଙ୍କୁ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ବୋଲର ଗାଡ଼ି ଯାହାର ନମ୍ୱର୍ ଓଡି ୦୭ ଏଫ ୯୪୪୪ ନମ୍ବର ବିଶିଷ୍ଟ ବୋଲେରୋ ବେନିୟମ ଭାବରେ ବ୍ୟବସାୟୀ ଅନୁଜ କୁମାର ୟାଦବ, ଡ୍ରାଇଭର ଗଣେଶ ହିମିରିକା ଗାଡ଼ି ଭର୍ତ୍ତି ବିଦେଶୀ ମଦ ରାୟଗଡା ରୁ ଗୁଣୁପୁର ଅଭିମୁଖେ ନେଇ ଯାଉଥିବା ଜଣାପଡିଛି। ରାମନାଗୁଡ଼ା ଥାନା ଅଧିକାରୀ ସୁନିତା ବେହେରା, ସେକେଣ୍ଡ ଅଫିସର ବାବୁଲା ପ୍ରଧାନ, ଏଏସଆଇ ଜଗନ୍ନାଥ ବେହେରା, ଠାକୁର ଦାସ ଟୁଡୁ, ସମଦତ୍ତ ପ୍ରଧାନ ଙ୍କ ସମେତ ପୋଲିସ ର ଏକ ଟିମ୍ ପେଟ୍ରୋଲିଙ୍ଗ ଟିମ୍ ଉପସ୍ଥିତି ରହିଥିଲେ ବିଭିନ୍ନ ବ୍ରାଣ୍ଡ ର ୩ଶହ ୫୬ଲିଟର ବିଦେଶୀ ମଦ ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ହେବ ବୋଲି ଜଣାପଡିଛି।ଥାନା କେସ ନମ୍ବର ୨/୨୦୨୬ ରେ ମାମଲା ରୁଜୁ କରାଯାଇ ଅଧିକ ପୋଲିସ ତଦନ୍ତ କରୁଥିବା ପୋଲିସ ସୂଚନା ଦେଇଥିଲେ।












